ଏହି ବୋଲରଙ୍କ ୬ ବଲରେ ୬ ଛକା ମାରିବାକୁ ଚାହୁଁଥିଲେ ରୋହିତ

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷ ଟି-୨୦ରେ ବିସ୍ଫୋରକ ଇନିଂସ ଖେଳି ୪୩ ବଲରେ ୮୫ ରନ୍‌ କରିଥିବା ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରୋହିତ ଗୁରୁବାର ମ୍ୟାଚ୍‌ରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ। ତେବେ ସେ ୬ ବଲରେ ୬ଟି ଛକା ମାରିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି। ଭାରତର ୮ ୱିକେଟ ବିଜୟ ପରେ ‘ଚହଲ ଟିଭି’କୁ ସାକ୍ଷାତକାର ଦେଇ ରୋହିତ ଏହି […]

r

Hemant Lenka
  • Published: Friday, 08 November 2019
  • , Updated: 08 November 2019, 05:26 PM IST

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷ ଟି-୨୦ରେ ବିସ୍ଫୋରକ ଇନିଂସ ଖେଳି ୪୩ ବଲରେ ୮୫ ରନ୍‌ କରିଥିବା ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ରୋହିତ ଗୁରୁବାର ମ୍ୟାଚ୍‌ରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ। ତେବେ ସେ ୬ ବଲରେ ୬ଟି ଛକା ମାରିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି। ଭାରତର ୮ ୱିକେଟ ବିଜୟ ପରେ ‘ଚହଲ ଟିଭି’କୁ ସାକ୍ଷାତକାର ଦେଇ ରୋହିତ ଏହି ଖୁଲାସା କରିଛନ୍ତି।

ସେ କହିଛନ୍ତି, “ବାଂଲାଦେଶର ସ୍ପିନ ବୋଲର ମୋସ୍କାଡିକ ହୁସେନ ବୋଲିଂ କରୁଥିଲା ବେଳେ ମୁଁ ପ୍ରଥମ ୩ଟି ବଲରେ ୩ଟି ଛକା ମାରିଥିଲି। ଏହାପରେ ମୁଁ ୬ଟି ଛକା ମାରିବାକୁ ଚେଷ୍ଟା କରିଥିଲି। କିନ୍ତୁ ୪ର୍ଥ ବଲ ଯେତେବେଳେ ମୁଁ ମିସ୍‌ କରିଗଲି, ସେତେବେଳେ ସିଙ୍ଗଲ ନେବାକୁ ଶ୍ରେୟସ୍କର ମନେ କରିଥିଲି।

ମୋସ୍କାଡିକ ହେଉଛନ୍ତି ଅପସ୍ପିନର। ପିଚ୍‌ରେ ସେତେଟା ସ୍ପିନ ନଥିଲା। ତେଣୁ ମୁଁ ତାଙ୍କ ବଲରେ ୬ଟି ଛକା ମାରିବାକୁ ଚାହିଁଥିଲି। ଏଥିପା‌ଇଁ କ୍ରିଜ୍‌ରେ ବଲ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲି ଏବଂ ଏହାକୁ ଛକା ମାରିବାକୁ ଚାହୁଁଥିଲି। ବିଗ୍‌ ମସଲସ ଥିଲେ କେହି ଛକା ମାରି ପାରନ୍ତି ନାହିଁ। ଛକା ପାଇଁ ବଲଟି ବ୍ୟାଟରେ ଟାଇମିଂ ହେବା ଦରକାର।”

ଟି-୨୦ରେ ଯୁବରାଜ ସିଂହ ୨୦୦୭ରେ ୬ ବଲରେ ଛକା ମାରିଥିବା ବେଳେ ଦିନିକିଆରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବସ ୬ ବଲରେ ୬ ଛକା ମାରିଥିଲେ।

https://twitter.com/i/status/1192646674839150593

Related story