ୱାର୍ନରଙ୍କୁ ପଦରୁ ହଟାଇଲା ହାଇଦ୍ରାବାଦ: ନୂଆ ଅଧିନାୟକ ରେସ୍‌ରେ ଆଉଜଣେ ବିଦେଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ତଦନ୍ତ କମିଟି କ୍ରିକେଟ୍ ଅଷ୍ଟ୍ରେଲିଆକୁ ରିପୋର୍ଟ ଦେବା ପରେ ଡେଭିଡ୍ ୱାର୍ଣ୍ଣରଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍‌ ପଦରୁ ହଟାଇଛି। ତେବେ ତାଙ୍କ ସ୍ଥାନରେ କିଏ ଅଧିନାୟକ ପଦ ସମ୍ଭାଳିବେ ସେନେଇ ସ୍ପଷ୍ଟ ଜଣାପଡିନାହିଁ। ତଥାବି ନ୍ୟୁଜିଲାଣ୍ଡର ଉଇଲିୟମ୍‌ ସନ୍ ଓ ଭାରତର ଶିଖର ଧୱନ ଅଧିନାୟକ ରେସରେ ଆଗରେ ଅଛନ୍ତି। ସେପଟେ ଏହି ଘଟଣାରେ ଆଜି ଯେକୌଣସି ସମୟରେ ଦଣ୍ଡ ଘୋଷଣା କରିପାରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ। […]

david-warner_1492010900

Ordigital Desk
  • Published: Wednesday, 28 March 2018
  • , Updated: 28 March 2018, 02:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ତଦନ୍ତ କମିଟି କ୍ରିକେଟ୍ ଅଷ୍ଟ୍ରେଲିଆକୁ ରିପୋର୍ଟ ଦେବା ପରେ ଡେଭିଡ୍ ୱାର୍ଣ୍ଣରଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍‌ ପଦରୁ ହଟାଇଛି। ତେବେ ତାଙ୍କ ସ୍ଥାନରେ କିଏ ଅଧିନାୟକ ପଦ ସମ୍ଭାଳିବେ ସେନେଇ ସ୍ପଷ୍ଟ ଜଣାପଡିନାହିଁ। ତଥାବି ନ୍ୟୁଜିଲାଣ୍ଡର ଉଇଲିୟମ୍‌ ସନ୍ ଓ ଭାରତର ଶିଖର ଧୱନ ଅଧିନାୟକ ରେସରେ ଆଗରେ ଅଛନ୍ତି।

ସେପଟେ ଏହି ଘଟଣାରେ ଆଜି ଯେକୌଣସି ସମୟରେ ଦଣ୍ଡ ଘୋଷଣା କରିପାରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ। ବିବାଦରେ ସାମିଲ କ୍ୟାପଟେନ୍‌ ଷ୍ଟିଭ୍ ସ୍ମିଥ୍, ଉପ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ବ୍ୟାଟ୍ସମ୍ୟାନ ବେନକ୍ରାଫ୍ଟଙ୍କୁ ଟେଷ୍ଟ ସିରିଜରୁ ବାହାର କରାଯାଇଛି। ତିନିଜଣ ଯାକ ଦକ୍ଷିଣ ଆଫ୍ରିକାରୁ ନିଜ ଦେଶକୁ ଫେରି ଯାଇଛନ୍ତି। ଏହି ଘଟଣାରେ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ମଧ୍ୟ ଶେଷ କରିଛି କ୍ରିକେଟ ଅଷ୍ଟ୍ରେଲିଆ। ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ନର, କାମେରୁନ୍ ବେନକ୍ରାଫ୍ଟ ଆଚରଣ ସଂହିତାର ଧାରା ୨.୩.୫ ଉଲ୍ଲଂଘନ କରିଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ର ଏକ କମିଟି ରିପୋର୍ଟ ଦେଇଛି। କିନ୍ତୁ ଡାରେନ ଲେହମ୍ୟାନ୍ ପୂର୍ବପରି ଦଳର କୋଚ ରହିବେ। ଏନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆର ସିଇଓ ଜେମସ ସୁଥରଲାଣ୍ଡ ସୂଚନା ଦେଇଛନ୍ତି। ବଲ ଟାମ୍ପରିଂ ଘଟଣାରେ କେବଳ ତିନି ଖେଳାଳି ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ନର, କାମେରୁନ୍ ବନକ୍ରଫ୍ଟ ସଂପୃକ୍ତ ଥିଲେ। ଏହି ଘଟଣା ସମ୍ପର୍କରେ ଅନ୍ୟ ସପୋର୍ଟ ଷ୍ଟାଫ କିମ୍ବା ଖେଳାଳି ଅବଗତ ନଥିଲେ। ଏପରିକି କୋଚ୍‌ ଡାରେନ ଲେହମ୍ୟାନ ମଧ୍ୟ ଘଟଣା ସମ୍ପର୍କରେ ଜାଣି ନଥିଲେ ବୋଲି ଜେମସ ସୁଥରଲାଣ୍ଡ କହିଛନ୍ତି।

Related story