ଭାରତକୁ ୧୪୮ ରନରେ ରୋକିଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଭାରତ […]

INDIA1

Ranjit Kumar Jena
  • Published: Sunday, 03 November 2019
  • , Updated: 03 November 2019, 08:53 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୪୧ ରନ୍ କରିଛନ୍ତି। ମୁକାବିଲାକୁ ଜିତିବା ପାଇଁ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ୧୪୯ ରନ୍ କରିବାକୁ ପଡ଼ିବ।

ଉକ୍ତ ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ରୋହିତ୍ ଶର୍ମା ମ୍ୟାଚର ପ୍ରଥମ ଏବଂ ପଞ୍ଚମ ବଲରେ ଚୌକା ମାରିଥିଲେ ହେଁ ଓଭରର ଶେଷ ବଲରେ ସାଫିଉଲ୍ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ରୋହିତ୍ ୫ ବଲରେ ମାତ୍ର ୯ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଲୋକେଶ ରାହୁଲ ମଧ୍ୟ ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ।

ବାଂଲାଦେଶ ବୋଲରଙ୍କୁ ସାମ୍ନା କରିବାରେ ଉଭୟ ରାହୁଲ୍ ଓ ଓପ୍ନର ଶିଖର ଧୱନଙ୍କୁ ସମସ୍ୟା ହୋଇଥିଲା। ଦୁହେଁ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ ହେଁ, ଏଠାକାର ଧିମା ପିଚରେ ଏହା ସମ୍ଭବ ହୋଇନଥିଲେ। ଭାରତର ସ୍କୋର ୩୬ ଥିବା ବେଳେ ରାହୁଲ (୧୫)ଙ୍କୁ ଆମିନୁଲ୍ ଇସଲାମ୍ ପ୍ୟାଭିଲିୟନ୍ ପଠାଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଏବଂ ବାଂଲା ବୋଲରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ସେ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଆୟର୍ ୧୩ ବଲରେ ୧ ଚୌକା ଓ ୨ ଛକା ୨୨ ରନ୍ କରି ଆମିନୁଲଙ୍କ ଶିକାର ହୋଇଥିଲେ। ତାଙ୍କ ପରେ ସେଟ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ।

ଧୱନ୍ ବ୍ୟକ୍ତିଗତ ୪୧ (୪୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେ ନିଜ ପଦାର୍ପଣରେ ନିରାଶ କରିଥିଲେ। ସେ ମାତ୍ର ୧ ରନ୍ କରି ଆଫିଫ୍ ହୁସେନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ନିଜର ସ୍ୱାଭାବିକ ଖେଳ ଖେଳିପାରି ନଥିଲେ। ସେ ୨୬ ବଲରେ ମାତ୍ର ୨୭ ରନ୍ କରି ସାଫିଉଲଙ୍କ ବୋଲିଂରେ ମହମ୍ମଦ ନଇମଙ୍କ ଶିକାର ହୋଇଥିଲେ। ପନ୍ତଙ୍କ ଆଉଟ୍ ହେବା ପରେ ଭାରତ ବିପଦରେ ପଡ଼ିଯାଇଥିଲା। କୃନାଲ୍ ପାଣ୍ଡ୍ୟା ଓ ୱାଶିଂଟନ୍ ସୁନ୍ଦର ଶେଷ ଦୁଇ ଓଭରରେ ଭଲ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କୃନାଲ୍ ୮ ବଲରେ ୧ ଚୌକା ଓ ୧ ଛକା ସହ ୧୫ ଓ ସୁନ୍ଦର ୫ ବଲରେ ୨ ଛକା ସହ ୧୪ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ସାଫିଉଲ୍ ଓ ଆମିନୁଲ୍ ଇସଲାମ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story