ଅଷ୍ଟ୍ରେଲୀୟ ମହିଳା ବୋଲରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ସଚିନ୍‌, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନଙ୍କ ରେକର୍ଡ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଉନ୍ନତ। ରବିବାର ସେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି, କିନ୍ତୁ ଏଥର ସେ ନୀଳ ଜର୍ସି ବଦଳରେ ହଳଦିଆ ଅଷ୍ଟ୍ରେଲିଆ ଜର୍ସି ପିନ୍ଧି ଖେଳିଛନ୍ତି। Ellyse Perry bowls 🏏 Sachin Tendulkar bats This is what dreams are made of 🤩pic.twitter.com/WksKd50ks1 — ICC (@ICC) February 9, 2020 […]

sachin

Ranjit Kumar Jena
  • Published: Sunday, 09 February 2020
  • , Updated: 09 February 2020, 07:00 PM IST

ମେଲବର୍ଣ୍ଣ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନଙ୍କ ରେକର୍ଡ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଉନ୍ନତ। ରବିବାର ସେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି, କିନ୍ତୁ ଏଥର ସେ ନୀଳ ଜର୍ସି ବଦଳରେ ହଳଦିଆ ଅଷ୍ଟ୍ରେଲିଆ ଜର୍ସି ପିନ୍ଧି ଖେଳିଛନ୍ତି।


ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ହୋଇଥିବା କ୍ଷୟକ୍ଷତି ଏବଂ ପୀଡ଼ିତଙ୍କ ପାଇଁ ଅର୍ଥ ସଂଗ୍ରହ ଅଭିଯାନରେ ବୁଶଫାୟର୍ କ୍ରିକେଟ୍ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ସଚିନ ଇନିଂସ୍ ବ୍ରେକ୍ ବେଳେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ସଚିନଙ୍କ ସାମ୍ନାରେ ଅଷ୍ଟ୍ରେଲିଆ ମହିଳା ଟିମର ଷ୍ଟାର୍ ଅଲରାଉଣ୍ଡର ଏଲିସ୍ ପେରୀ। ପେରୀଙ୍କ ପ୍ରଥମ ବଲରେ ହିଁ ସଚିନ ଚୌକା ମାରିଥିଲେ। ତେବେ ବାକି ୫ଟି ବଲରେ ସଚିନ ଚିତ୍ତାକର୍ଷକ ଶଟ୍ ଖେଳିଥିଲେ ହେଁ, କୌଣସି ରନ୍ ହୋଇନଥିଲା। କ୍ୟାରିୟରରେ ମୋଟ ୧୦୦ ଅନ୍ତର୍ଜାତୀୟ ଶତକ ମାରିଥିବା ସଚିନ ୫ ବର୍ଷ ପରେ ବ୍ୟାଟ୍ ଧରିଛନ୍ତି। ସଚିନ୍ ଏହା ପୂର୍ବରୁ ୨୦୧୫ରେ ଅଲ୍ ଷ୍ଟାର୍ସ ସିରିଜରେ ସଚିନ ବ୍ଲାଷ୍ଟର୍ସ ଟିମ୍ ପକ୍ଷରୁ ଖେଳିଥିଲେ।


ରବିବାର ସଚିନଙ୍କ ବ୍ୟାଟିଂ କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ସଚିନ ଯେତେବେଳେ ବ୍ୟାଟିଂ କରିବାକୁ ଓହ୍ଲାଇଲେ, ସେହି ସମୟରେ ମଇଦାନରେ ପୁଣିଥରେ ସଚିନ୍‌-ସଚିନ ଧ୍ୱନି ଶୁଣିବାକୁ ମିଳିଥିଲା। ଏହି ଚ୍ୟାରିଟି ମ୍ୟାଚରେ ସଚିନ ରିକି ପଣ୍ଟିଂ ଏକାଦଶର କୋଚ୍ ଥିଲେ।

ସୂଚନାଯୋଗ୍ୟ, ଶନିବାର ସୋଶାଲ ମିଡିଆରେ ପେରୀ ସଚିନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ, ଯାହାକୁ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତୁରନ୍ତ ସ୍ୱୀକାର କରିଥିଲେ। ସଚିନ କହିଥିଲେ, ଏହା କରିବାକୁ ନିଶ୍ଚିତ ପସନ୍ଦ କରିବି ଏବଂ ଗୋଟିଏ ଓଭର ବ୍ୟାଟିଂ କରିବାକୁ ଚାହିଁବି (ତେବେ କାନ୍ଧରେ ଆଘାତ କାରଣରୁ ଡାକ୍ତର ମୋତେ ଏହା କରିବାକୁ ମନା କରିଛନ୍ତି)।

Related story