ଝିଅ କରୁଥିଲା ଆଳତି, ରାଗିକି ଟିଭି ଭାଙ୍ଗି ଦେଲେ ଆଫ୍ରିଦି

କରାଚୀ: ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ ଭାଙ୍ଗି […]

afridi

afridi

Ranjit Kumar Jena
  • Published: Monday, 30 December 2019
  • Updated: 30 December 2019, 10:37 PM IST

Sports

Latest News

କରାଚୀ: ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୁଣିଥରେ ହିନ୍ଦୁବାଦକୁ ନେଇ ମାହୋଲ ଗରମାଗରମ ହୋଇଯାଇଛି।

ଆଫ୍ରିଦି ପାକିସ୍ତାନର ଏକ ଚ୍ୟାନେଲକୁ ଅତିଥି ଭାବେ ଯାଇଥିଲେ। ଏହି ଶୋ'ର ହୋଷ୍ଟ ନିଦା ନାସିରଙ୍କୁ ଆଫ୍ରିଦି କହିଥିଲେ ଯେ, କିପରି ସେ ନିଜ ଝିଅକୁ ଆରତୀ କରୁଥିବାର ଦେଖି ରାଗରେ ଟିଭି ଭାଙ୍ଗି ଦେଇଥିଲେ। ଆଫ୍ରିଦି କହିଥିଲେ, ମୋ ଝିଅ ଟିଭି ଶୋ' ଦେଖିବା ପରେ ଆଳତୀ ଥାଳି ଧରି ଏହାକୁ ବୁଲାଉଥିଲା, ଯାହାକୁ ଦେଖି ମୁଁ ଭୀଷଣ ରାଗି ଯାଇଥିଲି। ଆଫ୍ରିଦିଙ୍କର ଏହି ଖୁଲାସା ପରେ ହୋଷ୍ଟଙ୍କଠାରୁ ଆରମ୍ଭ କରି ଉପସ୍ଥିତ ସବୁ ଦର୍ଶକ ହସି ହସି ଗଡ଼ିଥିଲେ।

ସୂଚନାଯୋଗ୍ୟ, ଆଫ୍ରିଦିଙ୍କର ଏହି ଭିଡିଓ ୨୦୧୭ ମସିହାର। କିନ୍ତୁ ଏହି ଭିଡିଓ ବର୍ତ୍ତମାନ କାନେରିଆଙ୍କ ମାମଲା ପରେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ପାକିସ୍ତାନର ଲେଗ୍ ସ୍ପିନର କାନେରିଆ ଖୁଲାସା କରିଥିଲେ ଯେ, ଯେତେବେଳେ ସେ ପାକିସ୍ତାନ ଟିମରେ ଥିଲେ, କିଛି ଖେଳାଳି ତାଙ୍କ ସହ ଭେଦଭାବ କରୁଥିଲେ। କାନେରିଆଙ୍କ ପୂର୍ବରୁ ଏହି କଥା ପୂର୍ବତନ ପେସ୍ ବୋଲର ଶୋଏବ ଅଖତର କହିଥିଲେ, ଯାହା ପରେ ସେ ନିଜର ଏହି କଥାରୁ ଓହରି ଯାଇଥିଲେ।

ଏପରିକି ପାକିସ୍ତାନର କିଛି ନାମୀ ପୂର୍ବତନ କ୍ରିକେଟର୍ ଯଥା ଇଞ୍ଜାମାମ୍ ଉଲ୍‌-ହକ୍ ଓ ୱକାର ୟୁନିସ୍ ମଧ୍ୟ କାନେରିଆଙ୍କ ଦାବିକୁ ଭୁଲ୍ ବୋଲି କହିଛନ୍ତି। କାନେରିଆ ଦ୍ୱିତୀୟ ହିନ୍ଦୁ କ୍ରିକେଟର୍ ଭାବେ ପାକିସ୍ତାନ ଟିମ୍ ପକ୍ଷରୁ ଖେଳିଥିଲେ। ତାଙ୍କ ପୂର୍ବରୁ ଅନିଲ ଦଲପତ୍ ପ୍ରଥମ ହିନ୍ଦୁ ଖେଳାଳି ଭାବେ ପାକିସ୍ତାନ ପକ୍ଷରୁ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story