ବିରାଟଙ୍କ ‘ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରତିଦିନ ସୋଶାଲ ମିଡିଆରେ କିଛି ନା କିଛି ନୂଆ ଚ୍ୟାଲେଞ୍ଜ୍ ଦେଖିବାକୁ ମିଳିଥାଏ। ଗତ କିଛି ଦିନ ହେବ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍ ଖୁବ୍ ଚାଲିଛି, ଯେଉଁଥିରେ ଲୋକେ ନିଜର ନିଆର ଢ଼ଙ୍ଗରେ ବୋତଲ ଠିପି ଖୋଲୁଛନ୍ତି। ଏହି ଚ୍ୟାଲେଞ୍ଜରେ ଏବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସାମିଲ୍ ହୋଇଛନ୍ତି।

ବିରାଟ୍ ୧୫ ସେକେଣ୍ଡର ଏକ ଭିଡିଓ ସୋଶାଲ ମିଡିଆରେ ଅପଲୋଡ୍ କରିଛନ୍ତି, ଯେଉଁଥିରେ ସେ ନିଜ ବ୍ୟାଟ୍ ଦ୍ୱାରା ବୋତଲର ଠିପିକୁ ଖୋଲୁଛନ୍ତି। କ୍ରିକେଟ୍ ମଇଦାନରେ ହୁଏତ କେବେବି ବିରାଟ୍ କୋହଲିଙ୍କୁ ରିଭର୍ସ ସୁଇପ୍ ମାରୁଥିବାର ଦେଖିବାକୁ ମିଳିନଥାଇ ପାରେ। କିନ୍ତୁ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜରେ ବିରାଟ୍ ଏହି ଶଟ୍ ଆପଣାଇଛନ୍ତି।


ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ଚାଲିଥିବା କମେଣ୍ଟ୍ରି ଏହାକୁ ଅଧିକ ଖାସ୍ କରାଇଛି। ଭିଡିଓ ସହ ଯେଉଁ ସ୍ୱର ମିକ୍ସ ହୋଇଛି, ତାହା ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀଙ୍କର। ବିଗତ ଦିନରେ ଶାସ୍ତ୍ରୀଙ୍କ ଏକ କମେଣ୍ଟ୍ରି କ୍ଲିପକୁ ଏଥିରେ ସାମିଲ୍ କରାଯାଇଛି।

ଏହି ଭିଡିଓରେ ବିରାଟ୍ ନିଜ ହାତରେ ବ୍ୟାଟ୍ ଚଳାଉଛନ୍ତି ଏବଂ ପୁଣି ବୋତଲ ଉପରେ ଫୋକସ୍ କରି ଏହାକୁ ରିଭର୍ସ ହିଟରେ ତା’ର ଠିପିକୁ ମାରୁଛନ୍ତି। ଏହି ଶଟ୍ ଦ୍ୱାରା ବୋତଲର ଠିପି ବାହାରେ ପଡିଯାଉଛି। ପୁଣି ବିରାଟ୍ ବୋତଲ ଉଠାଇ ସେଥିରୁ ପାଣି ପିଉଛନ୍ତି ଏବଂ ନିଜ ଷ୍ଟାଇଲରେ ଆଖି ମାରୁଛନ୍ତି। ଏହି ଭିଡିଓରେ ବିରାଟ୍ କ୍ୟାପସନ୍ ଦେଇଛନ୍ତି, ‘ବେଟର୍ ଲେଟ୍ ଦେନ୍ ନେଭର୍’।