ଭୋଟ୍ ଦେବା ପାଇଁ ଧୋନିଙ୍କ ଝିଅ ଜିଭା ଏମିତି କଲେ ନିବେଦନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଜାରି ରହିଛି। ଏହି ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପତ୍ନୀ ସାକ୍ଷୀଙ୍କ ସହ ରାଞ୍ଚିରେ ଭୋଟ୍ ଦେଇଛନ୍ତି ଏବଂ ଏହା ପରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଧୋନିଙ୍କ ସହ ତାଙ୍କ ଝିଅ ଜିଭା ଅଛନ୍ତି, ଯିଏ ସାଧାରଣ ଲୋକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି। ଜିଭା ଭିଡିଓରେ କହିଛନ୍ତି, ‘ଗୋ ଆଣ୍ଡ୍ ଭୋଟ୍, ଜଷ୍ଟ ଲାଇକ୍ ମାମା […]

dd

Hemant Lenka
  • Published: Monday, 06 May 2019
  • , Updated: 06 May 2019, 06:18 PM IST

ନୂଆଦିଲ୍ଲୀ: ଦେଶରେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଜାରି ରହିଛି। ଏହି ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପତ୍ନୀ ସାକ୍ଷୀଙ୍କ ସହ ରାଞ୍ଚିରେ ଭୋଟ୍ ଦେଇଛନ୍ତି ଏବଂ ଏହା ପରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଧୋନିଙ୍କ ସହ ତାଙ୍କ ଝିଅ ଜିଭା ଅଛନ୍ତି, ଯିଏ ସାଧାରଣ ଲୋକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି।

ଜିଭା ଭିଡିଓରେ କହିଛନ୍ତି, 'ଗୋ ଆଣ୍ଡ୍ ଭୋଟ୍, ଜଷ୍ଟ ଲାଇକ୍ ମାମା ଓ ପାପା ଡିଡ୍' ଅର୍ଥାତ୍ ଯାଅ ଏବଂ ଭୋଟ୍ ଦିଅ, ଯେପରି ମା' ଓ ବାପା କରିଛନ୍ତି। ଏହା ପରେ ଧୋନି ନିଜର ଓଲଟା ହାତ ଦେଖାଇଛନ୍ତି, ଯେଉଁଥିରେ ତାଙ୍କ ଅଙ୍ଗୁଳିରେ ଭୋଟିଂ ପରେ ଲାଗିଥିବା କାଳିକୁ ଦେଖାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍ ଧୋନି ଚେନ୍ନାଇ ସୁପର କିଙ୍ଗସ୍ ଖେଳୁଛନ୍ତି। ତାଙ୍କ ଟିମ୍ ରବିବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ହାରିବା ସତ୍ତେ୍ୱ ଚେନ୍ନାଇ ପ୍ଲେଅଫରେ ପହଞ୍ଚିଛି। ଚେନ୍ନାଇ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ଦେଖନ୍ତୁ ଭିଡିଓ

https://www.instagram.com/p/BxHZXhrlCH1/?utm_source=ig_web_copy_link

Related story