ଟିମ୍ ଇଣ୍ଡିଆକୁ ମଜଭୁତ ଆରମ୍ଭ ଦେଲେ ରାହୁଲ ଓ ଧୱନ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଇନିଂସ୍ ଓପନ୍ କରିଥିବା ଲୋକେଶ ରାହୁଲ ଓ ଶିଖର ଧୱନ ପ୍ରଥମ ୱିକେଟ ପାଇଁ ୬୧ ରନ୍ କରି ଭାରତକୁ ମଜଭୁତ ଆରମ୍ଭ ଦେଇଛନ୍ତି। ରାହୁଲ ଆଉ ଏକ ଭଲ ଇନିଂସ୍ ଖେଳିଥିଲେ ହେଁ, ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ସେ ୨୬ ବଲରେ […]

rahul

Hemant Lenka
  • Published: Wednesday, 27 February 2019
  • , Updated: 27 February 2019, 07:45 PM IST

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଇନିଂସ୍ ଓପନ୍ କରିଥିବା ଲୋକେଶ ରାହୁଲ ଓ ଶିଖର ଧୱନ ପ୍ରଥମ ୱିକେଟ ପାଇଁ ୬୧ ରନ୍ କରି ଭାରତକୁ ମଜଭୁତ ଆରମ୍ଭ ଦେଇଛନ୍ତି। ରାହୁଲ ଆଉ ଏକ ଭଲ ଇନିଂସ୍ ଖେଳିଥିଲେ ହେଁ, ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ସେ ୨୬ ବଲରେ ୩ ଚୌକା ଓ ୪ ଛକା ସହ ୪୭ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଧୱନ୍ ୧୨ ଓ ଅଧିନାୟକ ବିରାଟ କୋହଲି ୨ ରନ୍ କରି ଅପରାଜିତ ଅଛନ୍ତି। ଭାରତ ୮ ଓଭରରେ ୧ ୱିକେଟ ହରାଇ ୬୫ ରନ୍ କରିଛି।

Related story