ସିଡନୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ବେଳକୁ ସେ ପୂରାପୂରି ଫିଟ୍ ହୋଇଯିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଲ୍-ରାଉଣ୍ଡର ସେନ୍ ୱାଟସନ୍। ସୂଚନାଯୋଗ୍ୟ, ୱାଟସନ୍ଙ୍କ ତଳି ପେଟରେ ଆଘାତ ଲାଗିଛି।
ୱାଟସନ୍ କହିଛନ୍ତି ଯେ ବୋଲିଂ ଓ ବ୍ୟାଟିଂ କରିବାକୁ ତାଙ୍କୁ ଆଉ ଦୁଇ ସପ୍ତାହ ଲାଗିବ। ବିଶେଷ କିଛି ଅସୁବିଧା ହୋଇନାହିଁ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ପୂରା ଫିଟ୍ ହୋଇଯିବା ନେଇ ତାଙ୍କର ବିଶ୍ୱାସ ରହିଛି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଭାରତରେ ଆସନ୍ତା ମାର୍ଚ୍ଚ ୮ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ଘୋଷଣା କରିଥିବା ୧୫ ଜଣିଆ ଟିମ୍ରେ ୱାଟସନ୍ ମଧ୍ୟ ରହିଛନ୍ତି। ୱାଟସନ୍ଙ୍କ ସହିତ ଆରୋନ୍ ଫିଞ୍ଚ, ଜେମ୍ସ ଫକ୍ନର ଓ ନାଥମ କଲ୍ଟର-ନିଲେ ମଧ୍ୟ ଫୁଲ୍ ଫିଟ୍ନେସ୍ ପାଇଁ ଆଶା ରଖିଛନ୍ତି।