କେମିତି ରହିବ ଦ୍ୱିତୀୟ ଦିନିକିଆର ପାଗ

ଆଣ୍ଟିଗୁଆ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆରେ କେବଳ ୧୩ ଓଭର ହିଁ ଖେଳାଯାଇ ପାରିଥିଲା। ପ୍ରୋଭିଡେନ୍ସ ଷ୍ଟାଡିୟମରେ ବର୍ଷା ଯୋଗୁ ଆରମ୍ଭରୁ ହିଁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଥିଲା। ଏଥିପାଇଁ ମ୍ୟାଚ୍‌କୁ ୩୪ ଓଭର ବିଶିଷ୍ଟ କରାଯାଇଥିଲା। ତଥାପି ବର୍ଷା ଯୋଗୁ କେବଳ ୧୩ ଓଭର ଖେଳ ହୋଇଥିଲା। ଆସନ୍ତାକାଲି ଟ୍ରିନିଡାଡର ପୋର୍ଟ ଅଫ୍‌ସ୍ପେନ ସ୍ଥିତ କୁଇନ୍ସ ପାର୍କ ଓଭାଲରେ ଦ୍ୱିତୀୟ ଦିନିକିଆ ଖେଳାଯିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ପାଗ ମୁଖ୍ୟତଃ […]

bg

Hemant Lenka
  • Published: Saturday, 10 August 2019
  • , Updated: 10 August 2019, 05:47 PM IST

ଆଣ୍ଟିଗୁଆ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆରେ କେବଳ ୧୩ ଓଭର ହିଁ ଖେଳାଯାଇ ପାରିଥିଲା। ପ୍ରୋଭିଡେନ୍ସ ଷ୍ଟାଡିୟମରେ ବର୍ଷା ଯୋଗୁ ଆରମ୍ଭରୁ ହିଁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଥିଲା।

ଏଥିପାଇଁ ମ୍ୟାଚ୍‌କୁ ୩୪ ଓଭର ବିଶିଷ୍ଟ କରାଯାଇଥିଲା। ତଥାପି ବର୍ଷା ଯୋଗୁ କେବଳ ୧୩ ଓଭର ଖେଳ ହୋଇଥିଲା। ଆସନ୍ତାକାଲି ଟ୍ରିନିଡାଡର ପୋର୍ଟ ଅଫ୍‌ସ୍ପେନ ସ୍ଥିତ କୁଇନ୍ସ ପାର୍କ ଓଭାଲରେ ଦ୍ୱିତୀୟ ଦିନିକିଆ ଖେଳାଯିବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେଣୁ ପୂରା ମ୍ୟାଚ୍‌କୁ ଦର୍ଶକେ ଉପଭୋଗ କରିପାରିବେ। ଆସନ୍ତାକାଲି ସକାଳେ ପାଗ ମେଘୁଆ ରହିବ। ମଧ୍ୟାହ୍ନରେ ବି ବାଦଲ ଖଣ୍ଡ ଦେଖିବାକୁ ମିଳିପାରେ। ତେବେ ବର୍ଷା ହେବାର ଆଶଙ୍କା ସକାଳେ ୨୦ ପ୍ରତିଶତ ଥିବା ବେଳେ ମଧ୍ୟାହ୍ଣ ବେଳକୁ ଏହା ୭%ରେ ପହଞ୍ଚିବ।

Related story