ୱେଷ୍ଟଇଣ୍ଡିଜର ସାନ୍ତ୍ୱନାମୂଳକ ବିଜୟ, ଆଫଗାନିସ୍ତାନ ନିରାଶ

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା’ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ […]

wi1

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 10:53 PM IST

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା'ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି।

ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ ୮୬ (୯୩ ବଲ୍, ୮ ଚୌକା), ରେହମତ୍ ଶାହ ୬୨, ଅସଘର ଆଫଗାନ୍ ୪୦ ଓ ନାଜିବୁଲ୍ଲା ଜର୍ଦ୍ଦାନ୍ ୩୧ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ୱିଣ୍ଡିଜ୍ ପକ୍ଷରୁ କାର୍ଲସ୍ ବ୍ରାଥୱେଟ୍ ୪ଟି ଓ କେମାର ରୋଚ୍ ୩ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମର୍ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ନିରାଶ କରି ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏଭିନ୍ ଲୁଇସ୍ ଓ ଶାଇ ହୋପ୍ ଦ୍ୱିତୀୟ ୱିକେଟ୍ ପାଇଁ ୮୮ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ।

ଲୁଇସ୍ ୭୮ ବଲରେ ୬ ଚୌକା ଓ ୨ ଛକା ସହ ୫୮ ରନ୍ କରି ରଶିଦ୍ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶିମରନ୍ ହେଟମେୟର୍ ଦ୍ରୁତ ରନ୍ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୩୧ ବଲରେ ୩ ଚୌକା ଓ ୨ ଛକା ସହ ୩୯ ରନ୍ କରି ଦୌଲତ ଜର୍ଦ୍ଦାନଙ୍କ ଶିକାର ହୋଇଥିଲେ।

ହୋପ୍ ଅର୍ଦ୍ଧଶତକ ମାରି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମହମ୍ମଦ ନବି ପ୍ୟାଭିଲିୟନ୍ ପଠାଇଥିଲେ। ହୋପ୍ ୭୭ (୯୨ ବଲ୍, ୬ ଚୌକା, ୨ ଛକା) ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନ୍ ଓ କ୍ୟାପଟେନ୍ ହୋଲ୍ଡର୍ ଚମତ୍କାର ବ୍ୟାଟିଂ କରି ଟିମ୍ ସ୍କୋରକୁ ୩୦୦ ରନରେ ପହଞ୍ଚାଇଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୧୦୫ ରନର ଭାଗୀଦାରୀ କରିଥିଲେ। ପୁରନ୍ ଅର୍ଦ୍ଧଶତକ କରିଥିବା ବେଳେ ହୋଲ୍ଡର୍ ବଞ୍ଚିତ ହୋଇଥିଲେ।

ପୁରନ୍ ମାତ୍ର ୪୩ ବଲରେ ୬ ଚୌକା ଓ ୧ ଛକା ସହ ୫୮ ଓ ହୋଲ୍ଡର୍ ୩୪ ବଲରେ ୧ ଚୌକା ଓ ୪ ଛକା ସହ ୪୫ ରନ୍ କରି ଆଉଟ୍ ହୋଇଥିଲେ। କାର୍ଲସ୍ ବ୍ରାଥୱେଟ୍ ମାତ୍ର ୪ ବଲରେ ୨ ଚୌକା ଓ ୧ ଛକା ସହ ଦ୍ରୁତ ୧୪ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ଦୌଲତ ୨ଟି, ସୟେଦ୍ ଶିରଜାଦ୍, ନବି ଓ ରଶିଦ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story