ପ୍ରଥମ ଥର ପାଇଁ ୱେଷ୍ଟ ଇଣ୍ଡିଜ୍ ଜିତିଲା ୟୁ-୧୯ ବିଶ୍ୱକପ୍

ମୀରପୁର: ପ୍ରଥମ ଥର ପାଇଁ ୧୯ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ୱେଷ୍ଟ ଇଣ୍ଡିଜ୍। ଆଜି ମୀରପୁରରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ହରାଇ ପ୍ରଥମ ଥର ପାଇଁ ଏହି ଆଖ୍ୟା ଅର୍ଜନ କରିଛି ୱେଷ୍ଟ ଇଣ୍ଡିଜ୍। ପୂର୍ବରୁ ଥରେ ଦଳ ଏହି କପ୍‌ର ଫାଇନାଲ୍‌କୁ ଯାଇଥିଲେ ସୁଦ୍ଧା ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ୨୦୦୪ ୟୁ-୧୯ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ହାରି ଦଳ ରନର୍ସଅପ୍ ହୋଇଥିଲା। ଅନ୍ୟପକ୍ଷରେ ଚଳିତ ଥର ପୁଣି ଥରେ ଚାମ୍ପିଅନ୍ ହୋଇ […]

west-indies

west-indies

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 12:12 PM IST

Sports

Latest News

west-indiesମୀରପୁର: ପ୍ରଥମ ଥର ପାଇଁ ୧୯ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ୱେଷ୍ଟ ଇଣ୍ଡିଜ୍। ଆଜି ମୀରପୁରରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ହରାଇ ପ୍ରଥମ ଥର ପାଇଁ ଏହି ଆଖ୍ୟା ଅର୍ଜନ କରିଛି ୱେଷ୍ଟ ଇଣ୍ଡିଜ୍। ପୂର୍ବରୁ ଥରେ ଦଳ ଏହି କପ୍‌ର ଫାଇନାଲ୍‌କୁ ଯାଇଥିଲେ ସୁଦ୍ଧା ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ୨୦୦୪ ୟୁ-୧୯ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ହାରି ଦଳ ରନର୍ସଅପ୍ ହୋଇଥିଲା। ଅନ୍ୟପକ୍ଷରେ ଚଳିତ ଥର ପୁଣି ଥରେ ଚାମ୍ପିଅନ୍ ହୋଇ ଚତୁର୍ଥ ଥର ପାଇଁ ଏହି କପ୍‌କୁ ହାତେଇବାର ଲକ୍ଷ୍ୟ ରଖିଥିବା ଭାରତକୁ ନିରାଶ ହେବାକୁ ପଡ଼ିଛି।

ଆଜି ୱେଷ୍ଟ ଇଣ୍ଡିଜ୍‌ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ତେବେ ପୂରା ଭାରତୀୟ ଟିମ୍ ୪୫.୧ ଓଭରରେ ଅଲ୍‌ଆଉଟ୍ ହୋଇଯାଇଥିଲା। ତିନି ଜଣଙ୍କୁ ଛାଡ଼ି ଦେଲେ ଦଳର ଅନ୍ୟ କୌଣସି ସଦସ୍ୟ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳର ଟପ୍ ୪ ବ୍ୟାଟ୍ସମ୍ୟାନ୍ ମିଳିତ ଭାବେ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ। ଓପନର୍ ଆର.ଆର୍ ପନ୍ତ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଇଶାନ୍ କିଷନ୍ ୪, ଅନମୋଲ୍ ପ୍ରୀତ୍ ସିଂହ ୩ ଓ ଚାରି ନମ୍ବରରେ ଖେଳିବାକୁ ଆସିଥିବେ ୱାଶିଂଟନ୍ ସୁନ୍ଦର ୭ ରନ୍ କରି ଆଉଟ୍ ହୋଇଥିଲେ। ଦଳ ପକ୍ଷରୁ ଏସ୍‌.ଏନ୍ ଖାନ୍ ସର୍ବାଧିକ ୫୧  ରନ୍ କରି ଥିଲେ। ସେହିପରି ଲୋମରୋର ଓ ବାଥାମ୍ ଯଥାକ୍ରମେ ୧୯ ଓ ୨୧ ରନ୍ କରିଥିଲେ। ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ଯୋଶେଫ୍ ଓ ଜନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ପାଉଲ୍ ୨ଟି ୱିକେଟ୍ ନେଇଥିବା ବେଳେ ହୋଲ୍ଡର ଏବଂ ସ୍ପ୍ରିଞ୍ଜର ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୪୬ରନ ବିଜୟ ଲକ୍ଷ୍ୟକୁ ୪୯.୩ ଓଭରରେ ୫ ୱିକେଟ୍ ହରାଇ ହାସଲ କରିଥିଲା ୱେଷ୍ଟ୍ ଇଣ୍ଡିଜ୍‌। ଦଳ ମାତ୍ର ୨.୫ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୫ ରନ୍‌ରେ ପହଞ୍ଚିଥିଲା। ଏହା ଅଳ୍ପ ଅଳ୍ପ ରନ୍ ବ୍ୟବଧାନରେ ଦଳ ୱିକେଟ୍ ହରାଇଥିଲା। ୧୦୦ ରନ୍ ମଧ୍ୟରେ ଦଳ ୫ଟି ୱିକେଟ୍ ହରାଇଥିଲା। ତେବେ କାର୍ଟି ଓ ପାଉଲ୍ ଅପରାଜିତ ରହି ଦଳକୁ ଜିତାଇ ଦେଇଥିଲେ। କାର୍ଟି ୧୨୫ଟି ବଲ୍‌ରୁ ୫୨ ରନ୍ କରି ଅପରାଜିତ ରହିଥିବା ବେଳେ ପାଉଲ୍ ୬୮ଟି ବଲ୍‌ରୁ ଅପରାଜିତ ୪୦ ରନ୍ କରି ନିଜ ଦେଶକୁ ପ୍ରଥମ ଥର ପାଇଁ ୟୁ-୧୯ ବିଶ୍ୱକପ୍ ଦେବାରେ ସଫଳ ହୋଇଥିଲେ।

ଭାରତ ପକ୍ଷରୁ ଏମ୍‌ଜେ ଡଗର ୩ଟି ୱିକେଟ୍ ନେଇଥିବା ବେଳେ ଅଭେସ ଖାନ୍ ଓ କେକେ ଅହମ୍ମଦ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲା।

ଏହି ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରି ଥିବା କାର୍ଟିଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍‌’ ଓ ବାଂଲାଦେଶର ମେହେଦି ହାସନ୍‌ ମୀରାଜଙ୍କୁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ଘୋଷଣା କରାଯାଇଥିଲା।

ଭାରତୀୟ ଦଳ ଆଜି ଏହି ବିଶ୍ୱକପ୍ ଜିତିଥିଲେ ଏକ ରେକର୍ଡ ସ୍ଥାପନ କରି ଥାଆନ୍ତା। ଏଯାବତ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ୩ ଥର ଲେଖାଏଁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଜିତିଛନ୍ତି। ତେଣୁ ଆଜି ବିଜୟ ହାସଲ କରିଥିଲେ ଭାରତୀୟ ଦଳ ସର୍ବାଧିକ ଥର ପାଇଁ ଏହି କପ୍ ଜିତିବାର ଗୌରବ ଅର୍ଜନ କରି ଥାଆନ୍ତା।

୧୯୮୮ ମସିହାରୁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଆରମ୍ଭ ହୋଇଥିଲା। ସେହି ବର୍ଷ ଅଷ୍ଟ୍ରେଲିଆ ଏହି କପ୍ ହାତେଇ ଥିଲା। ୨୦୦୨ ଓ ୨୦୧୦ରେ ଅଷ୍ଟ୍ରେଲିଆ ପୁନର୍ବାର ଏହି ବର୍ଗରେ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା। ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story