ଶୁବମନଙ୍କ ସଫଳତାର ସିକ୍ରେଟ କ’ଣ? ପ୍ରତିଦିନ କରନ୍ତି ଏମିତି କାମ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଯୁବ ତାରକା ହେଉଛନ୍ତି ଶୁବମନ ଗିଲ। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ୍‌ ଜିତିବାର ଅନ୍ୟତମ ନାୟକ ହେଉଛନ୍ତି ଗିଲ୍‌। ୪ର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଗିଲ୍‌ ୯୧ ରନ୍‌ର ଜବରଦସ୍ତ ବ୍ୟାଟିଂ କରି ଭାରତର ବିଜୟ ପାଇଁ ମୂଳଦୂଆ ପକାଇଥିଲେ। ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୨୪ ରନ୍‌ ଦରକାର ଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବ୍ୟାଟିଂ କରିବାକୁ କ୍ରିଜ୍‌କୁ ଆସିଥିଲେ। ତେବେ ରୋହିତ ୭ ରନ୍‌ […]

fa

Hemant Lenka
  • Published: Friday, 22 January 2021
  • , Updated: 22 January 2021, 04:20 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଯୁବ ତାରକା ହେଉଛନ୍ତି ଶୁବମନ ଗିଲ। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ୍‌ ଜିତିବାର ଅନ୍ୟତମ ନାୟକ ହେଉଛନ୍ତି ଗିଲ୍‌। ୪ର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଗିଲ୍‌ ୯୧ ରନ୍‌ର ଜବରଦସ୍ତ ବ୍ୟାଟିଂ କରି ଭାରତର ବିଜୟ ପାଇଁ ମୂଳଦୂଆ ପକାଇଥିଲେ।

ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୨୪ ରନ୍‌ ଦରକାର ଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବ୍ୟାଟିଂ କରିବାକୁ କ୍ରିଜ୍‌କୁ ଆସିଥିଲେ। ତେବେ ରୋହିତ ୭ ରନ୍‌ କରି ଆଉଟ ହୋଇଯିବା ପରେ ୨୧ ବର୍ଷୀୟ ଗିଲ୍‌ଙ୍କ ଉପରେ ପଡ଼ିଥିଲା ଟିମ୍‌ର ପୂରା ଭାର। ସେ ମଧ୍ୟ ନିରାଶ କରି ନଥିଲେ।

ଗାବା ପିଚ୍‌ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ବାଉନ୍ସର ଉପରେ ବାଉନ୍ସର ମାରୁଥିଲେ ହେଁ ଗିଲ୍‌ ସବୁ କିଛିକୁ ସାମ୍ନା କରି ୯୧ ରନ୍‌ର ଇନିଂସ୍‌ ଖେଳିଥିଲେ। ୱିକେଟର ଚାରିପଟେ ଶଟ୍‌ ଖେଳି ସେ ସମସ୍ତଙ୍କୁ ଜଳକା କରିଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଗିଲ୍‌ ଓ ଚେତଶ୍ୱର ପୂଜାରାଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୧୧୪ ରନ୍‌ର ଭାଗିଦାରୀ ମଧ୍ୟ ହୋଇଥିଲା।

ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ତାଙ୍କୁ ବେଞ୍ଚରେ ବସାଇଥିଲା। ହେଲେ ଦ୍ୱିତୀୟ ଟେଷ୍ଟରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ଭାରତ ପାଇଁ ଡେବ୍ୟୁ କରିତଥିଲେ। ଅଷ୍ଟ୍ରେଲିଆରେ ମୋଟ ୬ଟି ଇନିଂସ ଖେଳିଥିବା ଗିଲ୍‌ ୨୫୯ ରନ୍‌ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତେବେ ଅଷ୍ଟ୍ରେଲିଆ ଭଳି ବାଉନ୍ସ ପିଚ୍‌ରେ ଗିଲ୍‌ କେମିତି ସଫଳ ହେଲେ, ତା’ର ସିକ୍ରେଟ ଉପରୁ ପରାଦ ହଠାଇଛନ୍ତି।

ତେବେ ତାଙ୍କୁ ରାତାରାତି କୌଣସି ସଫଳତା ମିଳିନାହିଁ। ବାଉନ୍ସ ବଲକୁ କେମିତି ଖେଳିବାକୁ ହୁଏ, ସେ ୯ ବର୍ଷ ବୟସରୁ ଅଭ୍ୟାସ କରୁଥିଲେ। ଏ ସମ୍ପର୍କରେ ଗିଲଙ୍କ ବାପା ଲାଖୱିନ୍ଦର କହିଛନ୍ତି, ମୁଁ ମଧ୍ୟ ପିଲାବେଳେ ପଞ୍ଜାବ ପାଇଁ କ୍ରିକେଟ ଖେଳିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ସମ୍ଭବ ହୋଇ ପାରି ନଥିଲା। ପିଲାବେଳୁ ହିଁ ମୋ ପୁଅ ଶୁବମନ ଖେଳ ପ୍ରତି ଆଗ୍ରହୀ ରହିଥିଲା। ପୂରା କୁନି ଥିଲା ବେଳେ ତା’ର ପସନ୍ଦର ଖେଳଣା ପ୍ଲାଷ୍ଟିକ ବ୍ୟାଟ ରହିଥିଲା।

ତା’ର କ୍ରିକେଟ ପ୍ରତି ଆଗ୍ରହ ଥିବାରୁ ମୁଁ ତାକୁ ପିଲାବେଳୁ ଅଭ୍ୟାସ ଶିଖାଇବା ଆରମ୍ଭ କରିଥିଲି। ମୋହାଲି ଠାରୁ ଆମ ଗାଁ ଫଜଲିକା ଜିଲ୍ଲାର ଚକ ଖେର ୱାଲା ପ୍ରାୟ ୩୦୦ କିମି ଦୂର। ଗାଁରେ କ୍ରିକେଟ ଖେଳିବାକୁ ଭଲ ସୁବିଧା ନଥିବାରୁ ଆମେ ତା’କୁ ମୋହଲି ଆଣିଥିଲୁ।

ପୂରା ପରିବାର ଗାଁ ଛାଡ଼ି ମୋହାଲିକୁ ଚାଲି ଆସିଥିଲୁ। ମୋହାଲି କ୍ରିକେଟ ଏକାଡେମୀରେ ସେ ଆଡମିସନ କରିଥିଲେ ହେଁ ମୁଁ ତା’ ଉପରେ ସବୁବେଳେ ନଜର ରଖୁଥିଲି। ଗିଲଙ୍କ ବ୍ୟାଟିଂକୁ ଅଧିକ ଶାଣିତ କରିବା ପାଇଁ ତାଙ୍କ ବାପା ବିଭିନ୍ନ ପ୍ରକାରର କୌଶଳ ଶିଖାଉଥିଲେ। ବିଶେଷ କରି ଶଟ୍‌ ପିଚ୍‌ ଷ୍ଟଫ ଗୁଡ଼ିକୁ କେମିତି ଖେଳାଯିବ, ତା’ ଉପରେ ଧ୍ୟାନ ଦେଉଥିଲେ ବୋଲି କହିଛନ୍ତି।

ଲାଖୱିନ୍ଦର ଗିଲ ଆହୁରି କହିଛନ୍ତି, ଶୁବମନ ୯ ବର୍ଷର ଥିଲା ବେଳେ ଦିନକୁ ୧୫ଶହ ଶଟ୍‌ ପିଚ୍‌ ବଲ ବ୍ୟାଟିଂ କରୁଥିଲା। ଏହାଦ୍ୱାରା ଦ୍ରୁତ ବଲକୁ କେମିତି ଖେଳାଯିବ, ସେ ଶିଖୁଥିଲା। ଗୋଟିଏ ମାନଜି ଉପରେ ମୁଁ ତା’କୁ ବଲ ଫୋପାଡ଼ୁଥିଲି। ଏହାଦ୍ୱାରା ବଲ ତଳେ ପଡ଼ି ବହୁତ ଜୋର୍‌ରେ ଯାଉଥିଲା। ସେ କେଉଁ ଦିନ ବି ଅଭ୍ୟାସ ମିସ୍‌ କରୁ ନଥିଲା।

ବ୍ୟାଟିଂ କରିବା ପାଇଁ ସେ ଗୋଟିଏ ଷ୍ଟମ୍ପର ବ୍ୟବହାର ମଧ୍ୟ କରୁଥିଲା। କାରଣ ବ୍ୟାଟିଂ କରିବା ବେଳେ ବଲ ଗୁଡ଼ିକ ବ୍ୟାଟ୍‌ର ମଧ୍ୟ ଭାଗରେ ବାଜିବାରେ ଏହା ସହାୟକ ହୋଇଥାଏ। ସେ ମ୍ୟାଟ୍‌ ପିଚ୍‌ରେ ମଧ୍ୟ ଅଧିକାଂଶ ସମୟ ଖେଳେ। କାରଣ ଏଠାରେ ଏକ୍ସଟ୍ରା ବାଉନ୍ସରେ ଯଦି ଜଣେ ଖେଳାଳି ନିଜକୁ ଆଡଜଷ୍ଟ କରିନେବ, ତା’ହେଲେ ଯେ କୌଣସି ପିଚ୍‌ରେ ସେ ଭଲ ବ୍ୟାଟିଂ କରିପାରିବ। ବ୍ୟାକଫୁଟ୍‌ରେ ଶଟ୍‌ ଖେଳିବା କଳା ମଧ୍ୟ ମ୍ୟାଟ୍‌ ପିଚ୍‌ରେ ଅଭ୍ୟାସ କରିବା ଦ୍ୱାରା ମିଳିଥାଏ ବୋଲି ସେ କହିଛନ୍ତି।

Related story