ହୋଟେଲ୍‌ ରୁମ୍‌ରେ କାହିଁକି ନିଜକୁ ବନ୍ଦ କରି ରଖିଥିଲେ ଶଙ୍କର: ଏହି ଖେଳାଳି ଶେଷରେ ଖୋଲିଲେ ଡୋର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର୍‌ ଦିନେଶ କାର୍ତ୍ତିକ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଚାମ୍ପିୟନ କରାଇଥିଲେ। ଏହାପରେ ସମସ୍ତେ ଦିନେଶ କାର୍ତ୍ତିକଙ୍କ ଗୁଣଗାନ କରିଥିଲେ। ଅନ୍ୟପଟେ ଭାରତକୁ ପରାଜୟ ମୁହଁକୁ ଟାଣିଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କହିଥିବା ବିଜୟ ଶଙ୍କରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଶଙ୍କର ମ୍ୟାଚ୍‌ର ଶେଷ ଓଭର ଗୁଡ଼ିକରେ ବାରମ୍ବାର ଡ଼ଟ୍‌ ବଲ୍‌ ଖେଳି ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିଦେଇଥିଲେ। ଶେଷ ମୂହୁର୍ତ୍ତରେ କାର୍ତ୍ତିକ […]

214702-vijay-shekhar

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 11:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର୍‌ ଦିନେଶ କାର୍ତ୍ତିକ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଚାମ୍ପିୟନ କରାଇଥିଲେ। ଏହାପରେ ସମସ୍ତେ ଦିନେଶ କାର୍ତ୍ତିକଙ୍କ ଗୁଣଗାନ କରିଥିଲେ। ଅନ୍ୟପଟେ ଭାରତକୁ ପରାଜୟ ମୁହଁକୁ ଟାଣିଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କହିଥିବା ବିଜୟ ଶଙ୍କରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଶଙ୍କର ମ୍ୟାଚ୍‌ର ଶେଷ ଓଭର ଗୁଡ଼ିକରେ ବାରମ୍ବାର ଡ଼ଟ୍‌ ବଲ୍‌ ଖେଳି ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିଦେଇଥିଲେ। ଶେଷ ମୂହୁର୍ତ୍ତରେ କାର୍ତ୍ତିକ ଆସି ବିସ୍ଫୋରକ କ୍ରିକେଟ୍‌ ଖେଳି ମ୍ୟାଚ୍‌କୁ ବାଂଲାଦେଶ ମୁହଁରୁ ଛଡ଼ାଇ ଆଣିଥିଲେ। ଶଙ୍କର ଦୀର୍ଘ ସମୟ କ୍ରିଜ୍‌ରେ ରହି ୧୯ଟି ବଲ୍‌ରୁ ମାତ୍ର ୧୭ରନ୍‌ କରିଥିଲେ। ଭାରତୀୟ ଇଁନିସର ୧୮ତମ ଓଭରରେ ସେ ଲଗାତାର ୪ଟି ବଲ୍‌ରେ କୌଣସି ରନ୍‌ କରିପାରିନଥିଲେ।

ମ୍ୟାଚ୍‌ରେ ପରେ ଶଙ୍କର କହିଥିଲେ ଯେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ସେ ମ୍ୟାଚ୍‌ ପରେ ହୋଟେଲ୍‌ ରୁମ୍‌ ଭିତରେ ଦୀର୍ଘ ସମୟ ଧରି ନିଜକୁ ବନ୍ଦ କରି ରଖିଥିଲେ। ଏବଂ ଶେଷରେ ଦିନେଶ କାର୍ତ୍ତିକ ତାଙ୍କ ନିକଟକୁ ଯାଇଁ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପରେ ସେ ରୁମ୍‌ରୁ ବାହାରକୁ ଆସିଥିଲେ। ଶଙ୍କର ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଇଁ ଏକ ଭଲ ସୁଯୋଗ ଥିଲା ନିଜକୁ ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପିତ କରିବା ପାଇଁ କିନ୍ତୁ ସେ ଏଥିରେ ସଫଳ ହେଲେ ନାହିଁ। ଯଦି ସେ ମ୍ୟାଚ୍‌ ଜତାଇଦେଇଥାନ୍ତେ ତେବେ କାର୍ତ୍ତିକଙ୍କ ସ୍ଥାନରେ ତାଙ୍କୁ ଆଜି ସମସ୍ତେ ପ୍ରଶଂସା କରୁଥାନ୍ତେ ବୋଲି ଶଙ୍କର କହିଛନ୍ତି। ଶଙ୍କର ନିଜେ କହିଛନ୍ତି ଏଭଳି ଏକ ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହିରୋ ହେବାର ସୁଯୋଗ ସେ ହରାଇଦେଲେ।

Related story