ବିଶ୍ୱର ନାମୀ ବ୍ୟାଟ୍ସମ୍ୟାନଙ୍କୁ ନଚାଉଛନ୍ତି ଭାରତୀୟ ପେସ୍ ୟୁନିଟ୍‌

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ସବୁଠାରୁ ବିପଜ୍ଜନକ ପେସ୍ ବୋଲରଙ୍କ କଥା ଯଦି ଉଠାଇବା, ତାହେଲେ ୱେଷ୍ଟଇଣ୍ଡିଜର ଆଣ୍ଡି ରବର୍ଟ୍ସ, ମାଇକେଲ୍ ହୋଲ୍ଡିଂ, ଜୋଏଲ ଗାର୍ନର, କଲିନ୍ କ୍ରଫ୍ଟ ଏବଂ ମାଲକମ୍ ମାର୍ଶାଲଙ୍କ ନାଁ ଆଗରେ ରହିବ। କ୍ୟାରିବିୟାନ୍ ଦଳର ଏହି ମହାନ୍ ବୋଲରମାନେ ୭୦ ଓ ୮୦ ଦଶକରେ ବିଶ୍ୱର ପ୍ରାୟ ସବୁ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିଲେ। ବର୍ତ୍ତମାନ ଭାରତୀୟ ପେସରମାନଙ୍କ ଭିତରେ ଯେପରି ସେମାନଙ୍କ ଆତ୍ମା ପ୍ରବେଶ କରିଛି। କାରଣ ଭାରତୀୟ ବୋଲରମାନେ ମଧ୍ୟ ବର୍ତ୍ତମାନ ଠିକ୍ […]

pace-attack

pace-attack

Ranjit Kumar Jena
  • Published: Thursday, 28 November 2019
  • Updated: 28 November 2019, 05:47 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ସବୁଠାରୁ ବିପଜ୍ଜନକ ପେସ୍ ବୋଲରଙ୍କ କଥା ଯଦି ଉଠାଇବା, ତାହେଲେ ୱେଷ୍ଟଇଣ୍ଡିଜର ଆଣ୍ଡି ରବର୍ଟ୍ସ, ମାଇକେଲ୍ ହୋଲ୍ଡିଂ, ଜୋଏଲ ଗାର୍ନର, କଲିନ୍ କ୍ରଫ୍ଟ ଏବଂ ମାଲକମ୍ ମାର୍ଶାଲଙ୍କ ନାଁ ଆଗରେ ରହିବ। କ୍ୟାରିବିୟାନ୍ ଦଳର ଏହି ମହାନ୍ ବୋଲରମାନେ ୭୦ ଓ ୮୦ ଦଶକରେ ବିଶ୍ୱର ପ୍ରାୟ ସବୁ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିଲେ। ବର୍ତ୍ତମାନ ଭାରତୀୟ ପେସରମାନଙ୍କ ଭିତରେ ଯେପରି ସେମାନଙ୍କ ଆତ୍ମା ପ୍ରବେଶ କରିଛି। କାରଣ ଭାରତୀୟ ବୋଲରମାନେ ମଧ୍ୟ ବର୍ତ୍ତମାନ ଠିକ୍ ସେହିଭଳି ପ୍ରଦର୍ଶନ କରୁଛନ୍ତି।

ସମୟ ଥିଲା, ଯେତେବେଳେ ଭାରତ ପାଖରେ କପିଲ୍ ଦେବ ଥିଲେ, କିନ୍ତୁ ତାଙ୍କ ବ୍ୟତୀତ ଆଉ ସେଭଳି ପେସ୍ ବୋଲର ନଥିଲେ। ଏହା ପରେ ଜଭାଗଲ୍ ଶ୍ରୀନାଥ, ଭେଙ୍କଟେଶ ପ୍ରସାଦ, ଜାହିର୍ ଖାନ୍‌, ଆଶିଷ ନେହରା ଓ ଇରଫାନ୍ ପଠାନ୍ ଆସିଲେ, କିନ୍ତୁ ଏମାନେ ମଧ୍ୟ ଏଠାକି ମଜଭୁତ୍ ନଥିଲେ। ବର୍ତ୍ତମାନ ଭାରତ ପାଖରେ ଯେଉଁ ପାଞ୍ଚ୍ ପେସ୍ ବୋଲର ଅଛନ୍ତି, ସେମାନେ କୌଣସି ପରିସ୍ଥିତିରେ କୌଣସି ଟିମର ବ୍ୟାଟିଂକ୍ରମକୁ ଭାଙ୍ଗିପାରିବାର ଦକ୍ଷତା ରଖିଛନ୍ତି।

ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଭାରତ ପାଖରେ ବିଶ୍ୱସ୍ତରୀୟ ପେସ୍ ବୋଲର ଅଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସମସ୍ତ ବୋଲର ଟିମକୁ ଏକାଠି ସେବା ଦେଉଛନ୍ତି, ଯାହାକି ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପୂର୍ବରୁ କେବେବି ହୋଇନଥିଲା। ୨୦୧୯ ଶେଷ ହେବାକୁ ବସିଲାଣି ଏବଂ ଚଳିତ ବର୍ଷ ସମସ୍ତଙ୍କ ମୁହଁରେ ଭାରତୀୟ ପେସ୍ ବୋଲରଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। ଏହାର କାରଣ ଚଳିତ ବର୍ଷ ଭାରତୀୟ ବୋଲରଙ୍କ ପ୍ରଦର୍ଶନ, ଯାହାକୁ ଐତିହାସିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତର ବର୍ତ୍ତମାନ ବୋଲିଂ ଆକ୍ରମଣକୁ ଦେଖି କିଛି କହୁଛନ୍ତି ଯେ ଭାରତ ପାଖରେ ଏବେ ସବୁଠାରୁ ବିପଜ୍ଜନକ ପେସ୍ ଆଟାକ୍ ଅଛି।

୨୦୧୯ରେ ଭାରତୀୟ ପେସ୍ ବୋଲର ୧୫.୧୬ ହାରରେ ୯୫ ୱିକେଟ୍ ନେଇଛନ୍ତି, ଯାହା ପ୍ରଦର୍ଶନ ଦୃଷ୍ଟିରୁ କ୍ରିକେଟ୍ ଇତିହାସରେ କୌଣସି ଏକ କ୍ୟାଲେଣ୍ଡର ବର୍ଷରେ ୫୦ରୁ ଅଧିକ ୱିକେଟ୍ ନେଇଥିବା ବୋଲିଂ ଆକ୍ରମଣ ଦ୍ୱାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ। କେବଳ ଏତିକି ନୁହେଁ, ଚଳିତ ବର୍ଷ କୌଣସି ପେସ୍ ଆକ୍ରମଣ ତୁଳନାରେ ଭାରତୀୟ ବୋଲରଙ୍କ ଆଭରେଜ୍ ବେଶ୍ ଉନ୍ନତ। ଅଷ୍ଟ୍ରେଲିଆ ୨୨.୪୯ ହାରରେ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ସହ ଗତ ୬୭ ବର୍ଷରେ କୌଣସି ଏକ କ୍ୟାଲେଣ୍ଡର ବର୍ଷରେ କୌଣସି ଟିମର ବୋଲିଂ ଆକ୍ରମଣ ତୁଳନାରେ ଭାରତର ପେସ୍ ବୋଲିଂର ଆଭରେଜ୍ ଶେଷ୍ଠ।

ଅନ୍ୟପକ୍ଷରେ ଚଳିତ ବର୍ଷ ଭାରତୀୟ ବୋଲରଙ୍କ ଷ୍ଟ୍ରାଇକରେଟ୍ ୩୧.୦୬ ରହିଛି, ଯାହା ଟେଷ୍ଟ ଇତିହାସରେ କୌଣସି ଟିମର ପେସ୍ ଆକ୍ରମଣ ତୁଳନାରେ ସର୍ବଶ୍ରେଷ୍ଠ ଷ୍ଟ୍ରାଇକରେଟ୍। ଏହି ମାମଲାରେ ଅଷ୍ଟ୍ରେଲିଆ ୪୬.୬ ଷ୍ଟ୍ରାଇକରେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତବର୍ଷ ଭାରତୀୟ ବୋଲରମାନେ ୧୧୬ ୱିକେଟ୍ ନେଇଛନ୍ତି। ଭାରତ ସର୍ବଦା ସ୍ପିନରଙ୍କ ପାଇଁ ପ୍ରସିଦ୍ଧ ରହିଆସିଛି। ବିଏସ୍ ଚନ୍ଦ୍ରଶେଖର, ବିଶନ୍ ସିଂହ ବେଦୀ, ଇରାପଲ୍ଲୀ ପ୍ରସନ୍ନା, ଭେଙ୍କଟ ରାଘବନଙ୍କ ପରେ ମନିନ୍ଦର ସିଂହ, ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଭାରତୀୟ ସ୍ପିନ୍ ଭାର ସମ୍ଭାଳିଥିଲେ। ସ୍ପିନରଙ୍କ ଉପସ୍ଥିତିରେ ଭାରତୀୟ ପେସ୍ ବୋଲରଙ୍କ କଥା କେବେବି ଚର୍ଚ୍ଚା ହୋଇନଥିଲା, କିନ୍ତୁ ଏବେ ଚାରିଆଡ଼େ ପେସରଙ୍କ ଚର୍ଚ୍ଚା।

ବ୍ୟକ୍ତିଗତ ପ୍ରଦର୍ଶନ କଥା ଯଦି ଉଠାଇବା, ତାହେଲେ ଈଶାନ୍ତ ଚଳିତ ବର୍ଷ ୬ଟି ଟେଷ୍ଟ ଖେଳିଛନ୍ତି। ଏଥିରେ ସେ ୧୫.୫୬ ହାରରେ ୩୪ ୱିକେଟ୍ ନିଜ ନାଁରେ କରିଛନ୍ତି। ସେହିପରି ଉମେଶ ୨ ଟେଷ୍ଟରେ ୧୩.୧୪ ହାରରେ ୧୪ ୱିକେଟ୍ ନେଇଛନ୍ତି। ଶାମି ୧୬.୫୫ ହାରରେ ୩୩ ଏବଂ ବୁମ୍ରା ୧୩.୧୪ ହାରରେ ୧୪ ୱିକେଟ୍ ନେଇଛନ୍ତି। ଆହତ କାରଣରୁ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସିରିଜରୁ ବାଦ୍ ପଡ଼ିଥିବା ବୁମ୍ରାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେବେ ଏହି ପ୍ରଦର୍ଶନ ସ୍ପଷ୍ଟ କରୁଛି ଯେ ଭାରତୀୟ ଟିମର ବୋଲିଂ ଆକ୍ରମଣ କେତେ ମଜଭୁତ୍। ବାଂଲାଦେଶ ବିପକ୍ଷରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ଅଭିଜ୍ଞ ସ୍ପିନର୍ ୱିକେଟ୍ ନେଇପାରିଲେ ନାହିଁ ଏବଂ ଭ୍ରମଣକାରୀ ଦଳର ସମସ୍ତ ୱିକେଟ୍ ପେସ୍ ବୋଲରମାନେ ନେଇଥିଲେ। ୨୦୧୮ ବର୍ଷରେ ଭାରତ ପ୍ରାୟ ସବୁ ଟେଷ୍ଟ ବିଦେଶରେ ଖେଳିଥିଲା। ୨୦୧୮ରେ ବୁମ୍ରା, ଶାମି ଓ ଈଶାନ୍ତ ୧୩୫ ୱିକେଟ୍ ନେଇଥିଲେ, ଯାହାକି ଟେଷ୍ଟ କ୍ରିକେଟ୍ ଇତିହାସର କୌଣସି କ୍ୟାଲେଣ୍ଡର ବର୍ଷରେ ତିନି ପେସରଙ୍କ ଦ୍ୱାରା ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ତେବେ ଗୋଟିଏ ବର୍ଷରେ ସର୍ବାଧିକ ୱିକେଟ୍ ନେବାରେ ୱେଷ୍ଟଇଣ୍ଡିଜ୍ ପେସ୍ ଆକ୍ରମଣର ବିଶ୍ୱ ରେକର୍ଡ ରହିଛି। ୧୯୮୦ରେ ଗାର୍ନର, କ୍ରଫ୍ଟ, ମାର୍ଶାଲ୍‌, ରବର୍ଟ୍ସ ଓ ସିଲଭେଷ୍ଟର କ୍ଲାର୍କ ୧୮୯ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଈଶାନ୍ତ, ଶାମି, ଭୁବନେଶ୍ୱର, ବୁମ୍ରା ନିଜ କ୍ୟାରିୟରର ଅଧିକାଂଶ ୱିକେଟ୍ ବିଦେଶରେ ନେଇଛନ୍ତି। ବିଦେଶୀ ପିଚ୍ ଗୁଡ଼ିକ ସାଧାରଣତ ପେସରଙ୍କୁ ସୁହାଇଥାଏ, ତେଣୁ ଭାରତୀୟ ପେସରମାନେ ବାହାରେ ସଫଳ ହୁଅନ୍ତି। କିନ୍ତୁ ସ୍ପିନରଙ୍କ ଭୂଃସ୍ୱର୍ଗ କୁହାଯାଉଥିବା ଭାରତରେ ମଧ୍ୟ ଏବେ ପେସରମାନେ (ଭାରତୀୟ) ଯେଉଁଭଳି ପ୍ରଦର୍ଶନ କରୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story