କିଏ ଶ୍ରେଷ୍ଠ? ଅଶ୍ୱିନ ନା ଲାୟନ

ମେଲବର୍ଣ୍ଣ: ବିଶ୍ୱର ଦୁଇ ଶ୍ରେଷ୍ଠ ଅପସ୍ପିନର ହେଉଛନ୍ତି ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର ନେଥନ ଲାୟନ। ଏମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ଅପସ୍ପିନର କିଏ? ଏହାର ଉତ୍ତର ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ। ସେ କହିଛନ୍ତି, ଅଶ୍ୱିନ ନିଶ୍ଚିତ ଭାବେ ଜଣେ ଭଲ ବୋଲର। ହେଲେ ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ତୁଳନାରେ ଲାୟନ ବେଶ ଘାତକ। ସାରା ବିଶ୍ୱରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଛି। ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆ ପାଇଁ ୭ଟି […]

n

Hemant Lenka
  • Published: Saturday, 11 April 2020
  • , Updated: 11 April 2020, 03:39 PM IST

ମେଲବର୍ଣ୍ଣ: ବିଶ୍ୱର ଦୁଇ ଶ୍ରେଷ୍ଠ ଅପସ୍ପିନର ହେଉଛନ୍ତି ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର ନେଥନ ଲାୟନ। ଏମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ଅପସ୍ପିନର କିଏ? ଏହାର ଉତ୍ତର ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ।

ସେ କହିଛନ୍ତି, ଅଶ୍ୱିନ ନିଶ୍ଚିତ ଭାବେ ଜଣେ ଭଲ ବୋଲର। ହେଲେ ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ତୁଳନାରେ ଲାୟନ ବେଶ ଘାତକ। ସାରା ବିଶ୍ୱରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଛି। ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ ଓ ୧୨୯ଟି ଦିନିକିଆ ଖେଳିଥିବା ବ୍ରାଡ ହଗ ଟ୍ୱିଟରରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏପରି କଥା କହିଛନ୍ତି।

ହଗ ଟ୍ୱିଟରରେ ଥିବା ବେଳେ ତାଙ୍କୁ ଟେଷ୍ଟ କ୍ରିକେଟରେ ଅଶ୍ୱିନ ନା ଲାୟନ ଶ୍ରେଷ୍ଠ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ହଗ କହିଛନ୍ତି, “ମୁଁ ଭାବୁଛି ଗତବର୍ଷ ଠାରୁ ଅଶ୍ୱିନଙ୍କ ଠାରୁ ଲାୟନ ଟେଷ୍ଟରେ ନିଜର ଅଧିକ ପ୍ରଭାବ ବିସ୍ତାର କରିଛନ୍ତି। ଅଶ୍ୱିନଙ୍କ ଅପେକ୍ଷା ଲାୟନ ଟେଷ୍ଟରେ ବେଶ ପ୍ରଭାବି। କିନ୍ତୁ ଉଭୟ ନିଜର ଖେଳରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଥିବାରୁ ଏହା ଦେଖି ଖୁସି ଲାଗୁଛି।”

Related story