କେଉଁ କ୍ରିକେଟରଙ୍କ ଠାରୁ ଚାପୁଡ଼ା ଖାଇଥିଲେ କୋହଲି

ନୂଆଦିଲ୍ଲୀ: ବର୍ତ୍ତମାନ କ୍ରିକେଟରେ ପୂରା ଦୁନିଆରେ ଯଦି କେହି ଲୋକପ୍ରିୟ ଖେଳାଳି ଥାଆନ୍ତି, ତା’ହେଲେ ସେ ହେଉଛନ୍ତି ବିରାଟ କୋହଲି। ଏତେ କମ୍ ବୟସରେ ଏତେ ସଫଳତା ଏହା ପୂର୍ବରୁ କେବଳ ସଚିନ ତେନ୍ଦୁଲକରଙ୍କୁ ମିଳିଥିଲା। ବିରାଟଙ୍କୁ ଏହି ସଫଳତା ରାତାରାତି ମିଳି ନାହିଁ। ସେ ଛୁଆରୁ କ୍ରିକେଟ୍ ପାଇଁ ସମର୍ପିତ ଥିଲେ। ବିରାଟ କୋହଲିଙ୍କ ଉପରେ ସାମ୍ବାଦିକ ବିଜୟ ଲୋକପଲ୍ଲୀ ଏକ ବହି ଲେଖିଛନ୍ତି। ବହିଟିର ନାଁ ‘ଡ୍ରିଭେନ୍‌: ଦ ବିରାଟ କୋହଲି ଷ୍ଟୋରୀ’। ଏଥିରେ […]

kohli

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 09:55 AM IST

ନୂଆଦିଲ୍ଲୀ: ବର୍ତ୍ତମାନ କ୍ରିକେଟରେ ପୂରା ଦୁନିଆରେ ଯଦି କେହି ଲୋକପ୍ରିୟ ଖେଳାଳି ଥାଆନ୍ତି, ତା’ହେଲେ ସେ ହେଉଛନ୍ତି ବିରାଟ କୋହଲି। ଏତେ କମ୍ ବୟସରେ ଏତେ ସଫଳତା ଏହା ପୂର୍ବରୁ କେବଳ ସଚିନ ତେନ୍ଦୁଲକରଙ୍କୁ ମିଳିଥିଲା। ବିରାଟଙ୍କୁ ଏହି ସଫଳତା ରାତାରାତି ମିଳି ନାହିଁ। ସେ ଛୁଆରୁ କ୍ରିକେଟ୍ ପାଇଁ ସମର୍ପିତ ଥିଲେ।

ବିରାଟ କୋହଲିଙ୍କ ଉପରେ ସାମ୍ବାଦିକ ବିଜୟ ଲୋକପଲ୍ଲୀ ଏକ ବହି ଲେଖିଛନ୍ତି। ବହିଟିର ନାଁ ‘ଡ୍ରିଭେନ୍‌: ଦ ବିରାଟ କୋହଲି ଷ୍ଟୋରୀ’। ଏଥିରେ ସେ ତାଙ୍କ ସଂପର୍କରେ ଅନେକ ରୋଚକ କଥା ଲେଖିଛନ୍ତି। ଏହି ରୋଚକ କଥାଗୁଡ଼ିକ ବିଶେଷ କରି ତାଙ୍କ କ୍ୟାରିୟର ଆରମ୍ଭ ବେଳର।

ବହିରେ ଏକ ସ୍ଥାନରେ ଲେଖାଯାଇଛି ଯେ ବିରାଟ ତାଙ୍କ କୋଚ୍‌ଙ୍କ ଠାରୁ ମାଡ଼ ଖାଉଥିଲେ। ବ୍ୟାଟିଂ କରିବା ବେଳେ ଭୁଲ୍ ସଟ୍‌ ଖେଳିଲେ କୋଚ ତାଙ୍କୁ ଥାପଡ଼ ମାରୁଥିଲେ। ଏହି କୋଚ ଜଣଙ୍କ ହେଉଛନ୍ତି ପୂର୍ବତନ ରଣଜୀ ଖେଳାଳି ରାଜକୁମାର ଶର୍ମା। ବୋଧହୁଏ ସେହି ଥାପଡ଼ ଓ କୋଚ୍‌ଙ୍କ ଗୁରୁମନ୍ତ୍ର ଯୋଗୁଁ ବିରାଟଙ୍କ ସବୁ ସର୍ଟ ପରଫେକ୍ଟ ହୋଇପାରିଛି।

Related story