ଟେଷ୍ଟ୍‌ କ୍ରିକେଟ୍‌ର ୧୦ ଲକ୍ଷ ତମ ରନ୍‌ କିଏ ଓ କେଉଁଠି କରିଥିଲେ

ମୁମ୍ବାଇ: ଟେଷ୍ଟ୍‌ କ୍ରିକେଟ୍‌ ଆରମ୍ଭ ହେବା ଦିନଠାରୁ ଆପଣ ଅନେକ ରେକର୍ଡ କଥା ଶୁଣିଥିବେ। ବ୍ୟାଟସ୍‌ମ୍ୟାନ୍‌ମାନେ ରନ୍‌ ହାସଲ କରି ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ରେ ୧୦ ଲକ୍ଷତମ ରନ୍ କିଏ ଓ କେବେ ଏବଂ କାହା ବିରୋଧରେ ହାସଲ କରିଥିଲା, ହୁଏତ ଖୁବ୍‌କମ୍‌ ଲୋକ ଜାଣିଥିବେ। ଏ ସମ୍ପର୍କରେ କ୍ରିକେଟ୍‌ ବିଶେଷଜ୍ଞ ଅରୁଣାଭ ସେନଗୁପ୍ତା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ୧୯୮୬ ମସିହା ଅକ୍ଟୋବର ୧୯ରେ ଏକ ବିରଳ ରେକର୍ଡ […]

a

Hemant Lenka
  • Published: Friday, 19 October 2018
  • , Updated: 19 October 2018, 07:35 PM IST

ମୁମ୍ବାଇ: ଟେଷ୍ଟ୍‌ କ୍ରିକେଟ୍‌ ଆରମ୍ଭ ହେବା ଦିନଠାରୁ ଆପଣ ଅନେକ ରେକର୍ଡ କଥା ଶୁଣିଥିବେ। ବ୍ୟାଟସ୍‌ମ୍ୟାନ୍‌ମାନେ ରନ୍‌ ହାସଲ କରି ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ରେ ୧୦ ଲକ୍ଷତମ ରନ୍ କିଏ ଓ କେବେ ଏବଂ କାହା ବିରୋଧରେ ହାସଲ କରିଥିଲା, ହୁଏତ ଖୁବ୍‌କମ୍‌ ଲୋକ ଜାଣିଥିବେ। ଏ ସମ୍ପର୍କରେ କ୍ରିକେଟ୍‌ ବିଶେଷଜ୍ଞ ଅରୁଣାଭ ସେନଗୁପ୍ତା ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ ୧୯୮୬ ମସିହା ଅକ୍ଟୋବର ୧୯ରେ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା, ଯାହାକୁ କେହି ବି ଧ୍ୟାନ ଦେଇ ନଥିଲେ।

ୱାଙ୍ଖଡ଼େରେ ଚାଲିଥିବା ବିଶ୍ବର ୧୦୫୪ ତମ ଟେଷ୍ଟ୍‌ ମ୍ୟାଚ୍‌ରେ ହିଁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ଆଲାନ୍‌ ବର୍ଡର ଟେଷ୍ଟ୍‌ କ୍ରିକେଟ୍‌ ଇତିହାସର ୧୦ଲକ୍ଷ ତମ ରନ୍‌ ହାସଲ କରିଥିଲେ। ଏହି ମ୍ୟାଚ୍‌ଟି ଭାରତ ବିପକ୍ଷରେ ଥିଲା। ଭାରତ ପକ୍ଷରୁ ଡେବ୍ୟୁ କରୁଥିବା ରାଜୁ କୁଲକର୍ଣ୍ଣୀଙ୍କ ବଲ୍‌ରେ ହିଁ ବର୍ଡର ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

[caption id="attachment_290556" align="aligncenter" width="909"] ସୁନୀଲ ଗାଭାସ୍କର[/caption]

୧୦୯ ବର୍ଷ ତଳେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଚାର୍ଲସ ବ୍ୟାନରମ୍ୟାନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ କ୍ରିକେଟର୍‌ର ପ୍ରଥମ ରନ୍‌ ସ୍କୋର କରିଥିଲେ। ଏହା ୧୮୭୭ ମସିହାରେ ଘଟିଥିଲା।

ୱାଙ୍ଖଡେରେ ହୋଇଥିବା ପୂର୍ବୋକ୍ତ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଅନେକ ରେକର୍ଡ ସ୍ଥାପିତ ହୋଇଥିଲା। ମ୍ୟାଚ୍‌ର ୩ୟ ଦିନରେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସୁନୀଲ ଗାଭାସ୍କର ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ର ୩୩ତମ ଶତକ ହାସଲ କରିଥିଲେ।

ଏହାପରେ ମୁମ୍ବାଇର ଦୁଇ ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ରବି ଶାସ୍ତ୍ରୀ ଓ ଦିଲ୍ଲୀପ ଭେଙ୍ଗସରକାର ନିଜର ବ୍ୟକ୍ତିଗତ ଶତକ ମଧ୍ୟ ହାସଲ କରିଥିଲେ। କ୍ରିକେଟ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ହୋମ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳୁଥିବା ୩ ଜଣ ଖେଳାଳି ଗୋଟିଏ ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ କରିଥିଲେ।

[caption id="attachment_290557" align="aligncenter" width="910"] ଦିଲ୍ଲୀପ ଭେଙ୍ଗସରକାର[/caption]

ଏହାପୂର୍ବରୁ ୧୯୮୪ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଖେଳା ଯାଇଥିବା ନ୍ୟୁଜିଲ୍ୟାଣ୍ଡ-ଇଂଲଣ୍ଡ ଟେଷ୍ଟ୍‌ରେ ଏଭଳି ବିରଳ ଘଟଣା ଘଟିଥିଲା। ନ୍ୟୁଜିଲ୍ୟାଣ୍ଡର ତିନିଜଣ ଟପ ବ୍ୟାଟ୍ସମ୍ୟାନ- ଜନ୍‌ ରାଇଟ୍‌, ଜେଫ କ୍ରୋ ଓ ଇଆନ୍‌ ସ୍ମିଥ ନିଜ ହୋମଗ୍ରାଉଣ୍ଡରେ ଶତକ ହାସଲ କରିପାରିଥିଲେ।

Related story