ଦିନିକିଆ ରାଙ୍କିଙ୍ଗ: ବିରାଟ୍‌ ଓ ବୁମ୍ରାଙ୍କ ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ଘୋଷଣା କରାଯାଇଛି। ପୂର୍ବ ପରି ଏହି ରାଙ୍କିଙ୍ଗର ବ୍ୟାଟସ୍‌ମ୍ୟାନ ତାଲିକାର ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ବିରାଟ୍‌ କୋହଲି ରହିଥିବା ବେଳେ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ଶୀର୍ଷ ସ୍ଥାନରେ ରହିଛନ୍ତି। ବିରାଟ୍‌ଙ୍କ ବ୍ୟତୀତ ବ୍ୟାଟିଂ ରାଙ୍କିଙ୍ଗର ଦୁଇ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ବିରାଟ୍‌ଙ୍କ ପାଖରେ ୮୯୯ ପଏଣ୍ଟ ଥିବା ବେଳେ ରୋହିତଙ୍କ ପାଖରେ ୮୭୧ ପଏଣ୍ଟ ରହିଛି। […]

v

Hemant Lenka
  • Published: Wednesday, 09 January 2019
  • , Updated: 09 January 2019, 08:21 PM IST

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ଘୋଷଣା କରାଯାଇଛି। ପୂର୍ବ ପରି ଏହି ରାଙ୍କିଙ୍ଗର ବ୍ୟାଟସ୍‌ମ୍ୟାନ ତାଲିକାର ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ବିରାଟ୍‌ କୋହଲି ରହିଥିବା ବେଳେ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ଶୀର୍ଷ ସ୍ଥାନରେ ରହିଛନ୍ତି।

ବିରାଟ୍‌ଙ୍କ ବ୍ୟତୀତ ବ୍ୟାଟିଂ ରାଙ୍କିଙ୍ଗର ଦୁଇ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ବିରାଟ୍‌ଙ୍କ ପାଖରେ ୮୯୯ ପଏଣ୍ଟ ଥିବା ବେଳେ ରୋହିତଙ୍କ ପାଖରେ ୮୭୧ ପଏଣ୍ଟ ରହିଛି। ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ରସ୍‌ ଟେଲର ରହିଥିବା ବେଳେ ୪ର୍ଥରେ ଇଂଲଣ୍ଡର ଜୋ ରୁଟ୍‌ ଓ ୫ମ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି। ଟପ୍‌ ଟେନ୍‌ରେ ବିରାଟ୍‌ ଓ ରୋହିତଙ୍କ ବ୍ୟତୀତ ୯ନଂ ସ୍ଥାନରେ ଶିଖର ଧୱନ ରହିଛନ୍ତି।

ବୋଲର ତାଲିକାର ଏକ ନମ୍ବର ସ୍ଥାନରେ ଥିବା ବୁମ୍ରାଙ୍କ ପାଖରେ ଏବେ ୮୪୧ ପଏଣ୍ଟ ରହିଛି। ତାଙ୍କ ପଛକୁ ୭୮୮ ପଏଣ୍ଟ ସହ ଆଫଗାନିସ୍ତାନର ରଶିଦ ଖାନ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟରେ କୁଲଦୀପ ଯାଦବ ରହିଛନ୍ତି। ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଓ ୫ମରେ ବାଂଲାଦେଶର ମୁସ୍ତାଫିଜୁର ରେହମାନ ରହିଛନ୍ତି।

Related story