ଧୋନିଙ୍କ ପାଇଁ ବାହାରିଲେ ଶାସ୍ତ୍ରୀ, ଅବସର ଚର୍ଚ୍ଚା କରୁଥିବା ଲୋକଙ୍କୁ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ପରୋକ୍ଷରେ ଭେଟରାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାରିୟର ଶେଷ ହେବାର ସଙ୍କେତ ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୯ ବିଶ୍ୱକପ ପରଠାରୁ କ୍ରିକେଟ ପଡ଼ିଆରୁ ଦୂରରେ ଥିବା ମହେନ୍ଦ୍ର ସିଂହ ଧୋନି କେବେ ଅବସର ନେବେ, ସେକଥା ଜାଣିବା ପାଇଁ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ତେବେ ଏଭଳି ମନ୍ତବ୍ୟ ଏବଂ ଚର୍ଚ୍ଚାକୁ ନେଇ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ […]

q

Hemant Lenka
  • Published: Saturday, 26 October 2019
  • , Updated: 26 October 2019, 05:32 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ପରୋକ୍ଷରେ ଭେଟରାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାରିୟର ଶେଷ ହେବାର ସଙ୍କେତ ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୧୯ ବିଶ୍ୱକପ ପରଠାରୁ କ୍ରିକେଟ ପଡ଼ିଆରୁ ଦୂରରେ ଥିବା ମହେନ୍ଦ୍ର ସିଂହ ଧୋନି କେବେ ଅବସର ନେବେ, ସେକଥା ଜାଣିବା ପାଇଁ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ତେବେ ଏଭଳି ମନ୍ତବ୍ୟ ଏବଂ ଚର୍ଚ୍ଚାକୁ ନେଇ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି।

ସେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନିଙ୍କୁ ସମର୍ଥନ କରିଛନ୍ତି। ଏଥିସହ ତାଙ୍କ ଅବସର ସମ୍ପର୍କରେ ମତ ଦେଉଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ଯେଉଁମାନେ ଧୋନିଙ୍କ ଉପରେ ମତ ଦେଉଛନ୍ତି, ସାମାନେ କେବେ ହେଲେ ନିଜ ଜୋତାର ଲେସ୍‌ ବାନ୍ଧି ପାରିବେ ନାହିଁ। ସେଭଳି ଲୋକଙ୍କ କଥାକୁ ଗୁରୁତ୍ୱ ଦେବା ଠିକ୍‌ ନୁହେଁ।

ଧୋନି ତାଙ୍କ କ୍ରିକେଟ ଜୀବନରେ କ’ଣ ସବୁ ହାସଲ କରିଛନ୍ତି, ସେକଥା ସମସ୍ତେ ଦେଖିବା ଦରକାର। କ’ଣ ପାଇଁ ଲୋକମାନେ ସେ କ୍ରିକେଟରୁ ଦୂରେଇ ଯାଆନ୍ତୁ ବୋଲି ଦେଖିବାକୁ ଏତେ ଶୀଘ୍ର ବ୍ୟସ୍ତ ହୋଇପଡ଼ୁଛନ୍ତି?

ବୋଧେ ସେମାନଙ୍କୁ ଗସିପ କରିବାକୁ ଆଉ କିଛି ପ୍ରସଙ୍ଗ ମିଳୁନାହିଁ? ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଧୋନି ଅବସ ନେବେ। ହେଲେ କେବେ ଅବସର ନେବେ, ସେ ସମୟକୁ ସମସ୍ତେ ଅପେକ୍ଷା କରିବା ଦରକାର। ସେ ଭାରତ ପାଇଁ ୧୫ ବର୍ଷ ହେଲାଣି ଖେଳି ଚାଲିଛନ୍ତି। ସେ କ’ଣ ଜାଣି ନାହାନ୍ତି କେଉଁ ସମୟରେ କେଉଁ ନିଷ୍ପତ୍ତି ନେଲେ ଠିକ୍‌ ହେବ?

ସେ ଯେତେବେଳେ ଟେଷ୍ଟରୁ ଅବସର ନେଇଥିଲେ, ସେତେବେଳେ କ’ଣ କହିଥିଲେ? ରିଦ୍ଧିମାନ ଶାହ ଭଲ କିପିଂ କରୁଥିବାରୁ ସେ ତାଙ୍କୁ କିପିଂ ଗ୍ଲୋଭସ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଠିକ୍‌ କହିଥିଲେ। ସେ ଦଳ ପାଇଁ ଗୋଟିଏ ସମ୍ପତ୍ତି। ସେ ଟିମ୍‌ ପାଇଁ ଚିନ୍ତା କରନ୍ତି। ଟିମ୍‌କୁ କ’ଣ ଆବଶ୍ୟକ ସେ ଭଲ ଭାବେ ଜାଣନ୍ତି।

ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଧୋନି ଯେତେବେଳେ ଚାହିଁବେ ସେତେବେଳେ ହିଁ ଅବସର ନେବେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏବେ ଠାରୁ ଏ ସମ୍ପର୍କରେ ଚର୍ଚ୍ଚା ନ କରିବା ଭଲ।”

Related story