ଟସ୍ ପଡ଼ିବାର ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଦଳର ଅଧିନାୟକଙ୍କୁ କାହିଁକି ଭେଟନ୍ତି କୋହଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି। ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ ନିୟମ। ଏହି ଭେଟଘାଟ ବେଳେ ସବୁ ଦଳର ଅଧିନାୟକ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହି ସମୟରେ ଉଭୟ ଦଳ ନିଜ ନିଜର ଖେଳାଳି ତାଲିକା […]

KOHLI MEET FINCH

Subhransu Sekhar
  • Published: Tuesday, 02 July 2019
  • , Updated: 02 July 2019, 02:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି।

ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ ନିୟମ। ଏହି ଭେଟଘାଟ ବେଳେ ସବୁ ଦଳର ଅଧିନାୟକ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହି ସମୟରେ ଉଭୟ ଦଳ ନିଜ ନିଜର ଖେଳାଳି ତାଲିକା ପରସ୍ପରଙ୍କୁ ଦେଇଥାନ୍ତି।

ଏହି ଖେଳାଳି ତାଲିକାରେ ୧୧ ଖେଳାଳିଙ୍କ ନାମ, କିଏ କେଉଁ ଅର୍ଡରରେ ବ୍ୟାଟିଂ କରିବେ ସେହି ତାଲିକାରେ ଲେଖା ହୋଇଥାଏ। ଏଥିସହ ଦଳର ଅଧିନାୟକ ଏବଂ ଓ୍ୱିକେଟ କିପରଙ୍କ ନାଁ ମଧ୍ୟ  ଉଲ୍ଲେଖ କରାଯାଇଥାଏ।

ଏହି ତାଲିକା ଦଳର ମ୍ୟାନେଜରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ ମୁଖ୍ୟ କୋଚ୍ ମଧ୍ୟ ଦସ୍ତଖତ କରିଥାନ୍ତି।

Related story