କ’ଣ ପାଇଁ ହାରିଲା ଭାରତ: ଖୁଲାସା କଲେ ଅଧିନାୟକ ରୋହିତ ଶର୍ମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ପରାଜୟ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୭୪ ରନ୍ କରିଥିବା ବେଳେ ଏହାର ଜବାବରେ ଶ୍ରୀଲଙ୍କା ୫ ୱିକେଟ୍‌ ହରାଇ ମାତ୍ର ୧୮.୩  ଓଭରରେ ନିର୍ଦ୍ଧାରିତ ରନ୍ ସଂଗ୍ରହ କରିନେଇଥିଲା। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଅସଫଳ ରହିଥିବା ବେଳେ ଧୱନ ଆକର୍ଷଣୀୟ ୯୦ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇ […]

Master

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 09:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ପରାଜୟ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୭୪ ରନ୍ କରିଥିବା ବେଳେ ଏହାର ଜବାବରେ ଶ୍ରୀଲଙ୍କା ୫ ୱିକେଟ୍‌ ହରାଇ ମାତ୍ର ୧୮.୩  ଓଭରରେ ନିର୍ଦ୍ଧାରିତ ରନ୍ ସଂଗ୍ରହ କରିନେଇଥିଲା। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଅସଫଳ ରହିଥିବା ବେଳେ ଧୱନ ଆକର୍ଷଣୀୟ ୯୦ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଶ୍ରୀଲଙ୍କା ବିଜୟ ମୁଖ୍ୟ ନାୟକ ସାଜିଥିଲେ କୁଶଲ ପେରେରା। ସେ ବିସ୍ଫୋରକ ୬୬ରନ୍ର ଇଂନିସ ଖେଳିଥିଲେ।

ଅନ୍ୟପଟେ ଭାରତ ପରାଜୟ ପରେ ମୁହଁ ଖୋଲିଛନ୍ତି ଅଧିନାୟକ ରୋହିତ ଶର୍ମା। ସେ କହିଛନ୍ତି ଶେଷ ଓଭର ଗୁଡ଼ିକରେ ଟିମ୍‌ ଇଣ୍ଡିଆର ରନଗତି କମିଯାଇଥିଲା। ମ୍ୟାଚ୍‌ ଆରମ୍ଭ ହେବା ପରେ ଲାଗୁଥିଲା କି ଏହି ପିଚ୍‌ରେ ଏକ ଭଲ ସ୍କୋର ହୋଇପାରିବ। କିନ୍ତୁ ଇଂନିସର ଶେଷ ଓଭର ଗୁଡ଼ିକରେ ଅଧିକ ରନ୍‌ ସଂଗ୍ରହ କରିବାରେ ବ୍ୟାଟ୍ସମ୍ୟାନ୍‌ମାନେ ସାମର୍ଥ୍ୟ ହୋଇନଥିଲେ। ଯେଉଁଥିପାଇଁ ଟିମ୍‌ର ରନ୍‌ କମିଯାଇଥିଲା। ରୋହିତ ଶ୍ରୀଲଙ୍କାର ବ୍ୟାଟିଂକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତୀୟ ବୋଲିଂକୁ ଭଲ ଭାବେ ସାମ୍ନା କରିପାରିଥିଲେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌। ଶ୍ରୀଲଙ୍କାର ବିଜୟର ଶ୍ରେୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଯାଉଛି ବୋଲି ରୋହିତ କହିଛନ୍ତି। ସେ ଏହି ମ୍ୟଧ୍ୟ କହିଛନ୍ତି, ଆଗାମୀ ମ୍ୟାଚ୍‌ରେ ଭାରତ ନିଶ୍ଚିତ ଭାବେ କମ୍‌ବ୍ୟାକ୍ କରିବ। ଆଗାମୀ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ମାର୍ଚ୍ଚ ୮ତାରିଖ ଦିନ ଭେଟିବ।

Related story