ଯୁବିଙ୍କୁ ନେଇ ବିରୁଙ୍କ ବିସ୍ଫୋରକ ବୟାନ: କ୍ରିକେଟ୍‌ ସହ ଜଡ଼ିତ ନିଷ୍ପତ୍ତି ଭିତରେ ବନ୍ଧୁତ୍ୱ ଆସେନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ ଓପନ୍‌ର ତଥା ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଦଳର ମେଣ୍ଟର ସେହୱାଗ ଯୁବରାଜଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଞ୍ଜାବ ଟିମ୍‌ ୨୦୧୮ ଆଇପିଏଲ ପାଇଁ ଅଶ୍ୱିନଙ୍କୁ ଦଳର ନେତୃତ୍ୱଭାର ପ୍ରଦାନ କରାଯାଇଛି। ପୂର୍ବରୁ ଯୁବରାଜଙ୍କୁ ଦଳର ଅଧିନାୟକ କରାଯିବା ନେଇ ଧାର୍ଯ୍ୟ କରାଯାଇଥିଲା। ହେଲେ ଶେଷରେ ଅଶ୍ୱିନଙ୍କ ନାଁରେ ମୋହର ଲାଗିଥିଲା। ଏଭଳି ନିଷ୍ପତ୍ତି ପରେ ପଞ୍ଜାବ ଟିମ୍‌ର ପ୍ରଶଂସକଙ୍କୁ ଏହା ବେଶ ନିରାଶ କରିଛି। ଏହା […]

sehwagyuvraj_reuters_m

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 02:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ ଓପନ୍‌ର ତଥା ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଦଳର ମେଣ୍ଟର ସେହୱାଗ ଯୁବରାଜଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଞ୍ଜାବ ଟିମ୍‌ ୨୦୧୮ ଆଇପିଏଲ ପାଇଁ ଅଶ୍ୱିନଙ୍କୁ ଦଳର ନେତୃତ୍ୱଭାର ପ୍ରଦାନ କରାଯାଇଛି। ପୂର୍ବରୁ ଯୁବରାଜଙ୍କୁ ଦଳର ଅଧିନାୟକ କରାଯିବା ନେଇ ଧାର୍ଯ୍ୟ କରାଯାଇଥିଲା। ହେଲେ ଶେଷରେ ଅଶ୍ୱିନଙ୍କ ନାଁରେ ମୋହର ଲାଗିଥିଲା। ଏଭଳି ନିଷ୍ପତ୍ତି ପରେ ପଞ୍ଜାବ ଟିମ୍‌ର ପ୍ରଶଂସକଙ୍କୁ ଏହା ବେଶ ନିରାଶ କରିଛି।

ଏହା ପରେ ଦଳର ମେଣ୍ଟର ସେହୱାଗ ମୁଁହ ଖୋଲିଛନ୍ତି। ବିରୁ କହିଛନ୍ତି, ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ଯୁବରାଜଙ୍କୁ କଣ ପାଇଁ  ଅଧିନାୟକ କରାଗଲାନାହିଁ। ସେ କହିଛନ୍ତି ଅଧିନାୟକ ପାଇଁ ଯୁବିଙ୍କ ନାଁ ଚର୍ଚ୍ଚାରେ ଥିଲା କିନ୍ତୁ ଟିମର ଅଧିକ ଷ୍ଟାଫ୍‌ ଓ ମ୍ୟାନଜମେଣ୍ଟ ଅଶ୍ୱିନଙ୍କୁ ଅଧିନାୟକ କରିବାକୁ ଅଛା ପ୍ରକାଶ କରିଥିଲେ। ବିରୁ ଏହା ମଧ୍ୟ କହିଛନ୍ତି ଜଣେ, ବୋଲର ଭଲ ଭାବେ ଅଧିନାୟକତ୍ୱ କରିପାରିବେ। ତେଣୁ ଅଶ୍ୱିନଙ୍କୁ ଦଳର ଅଧିନାୟକ ଭାର ଦିଆଯାଇଛି। ଯୁବି ଓ ବିରୁ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି। କିନ୍ତୁ କ୍ରିକେଟ୍‌ ସହ ଜଡିତ କିଛି ନିଷ୍ପତ୍ତି ଭିତରେ ବନ୍ଧୁତ୍ୱ ଆସିବାକଥା ନୁହେଁ ବୋଲି ବିରୁ କହିଛନ୍ତି।

Related story