ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନ୍ଙ୍କ ଭବିଷ୍ୟବାଣୀ ସତ ହୋଇଛି। ସେ କହିଥିଲେ, ଯିଏ ଭାରତକୁ ହରାଇବ ସେ ବିଶ୍ୱକପ୍ ଜିତିବ। ଏଥର ଫାଇନାଲ୍କୁ ଯାଇଥିବା ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଛନ୍ତି। ଲିଗ୍ ମ୍ୟାଚ୍ରେ କେବଳ ଇଂଲଣ୍ଡ ହିଁ ଏକମାତ୍ର ଦଳ ଭାବେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ସେହିପରି ସେମି ଫାଇନାଲ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା ଟିମ୍ ଇଣ୍ଡିଆ। ଏଣୁ ଭାରତକୁ ହରାଇଥିବା ଏହି ଦୁଇ ଟିମ୍ ମଧ୍ୟରୁ ଗୋଟିଏ ବିଶ୍ୱକପ୍ ହାତେଇବ।
ଲିଗ୍ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହୋଇ ପାରି ନଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍ ହୋଇ ପାରି ନଥିବା ବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରି ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏହି ପର୍ଯ୍ୟାୟରେ ଭାରତ ୩୧ ରନ୍ରେ ଇଂଲଣ୍ଡଠାରୁ ହାରିଥିଲା।
Will stick to it ... Whoever beats India will WIN the World Cup ... !!! #CWC19
— Michael Vaughan (@MichaelVaughan) June 27, 2019
ଲିଗ୍ ମ୍ୟାଚ୍ରେ ଭାରତ ୧୨୫ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ହରାଇବା ପରେ ଭନ୍ ଟ୍ୱିଟ୍ କରି କହିଥିଲେ,“ମୁଁ ଏବେ ବି ମୋ ମତରେ କାଏମ ରହିଛି....। ଯିଏ ଭାରତକୁ ହରାଇବ, ସେ ବିଶ୍ୱକପ୍ ଜିତିବ।” ଏହା ପରେ ଜୁନ୍ ୩୦ରେ ଭାରତକୁ ଇଂଲଣ୍ଡ ହରାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।