ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ !

ନୂଆଦିଲ୍ଲୀ: ୨୦୧୫ ପରି ୨୦୧୯ ବିଶ୍ୱକପରେ ମଧ୍ୟ ଭାରତ ସେମିଫାଇନାଲ୍‌ରୁ ବିଦାୟ ନେଇଛି। ଏହି ପରାଜୟ ପରେ କ୍ରିକେଟ ପ୍ରେମୀମାନେ ଟିମ୍‌ ଇଣ୍ଡିଆର ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ଏପରି ସ୍ଥିତିରେ ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ୱାସିମ ଜାଫର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦିନିକିଆରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବା ଉଚିତ। ବିଶେଷ କରି ଦିନିକିଆ ଓ ଟି-୨୦ରେ ରୋହିତ ଭାରତର କ୍ୟାପ୍ଟେନ ହୁଅନ୍ତୁ। ୱାସିମ ଜାଫର […]

w

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 07:03 PM IST

ନୂଆଦିଲ୍ଲୀ: ୨୦୧୫ ପରି ୨୦୧୯ ବିଶ୍ୱକପରେ ମଧ୍ୟ ଭାରତ ସେମିଫାଇନାଲ୍‌ରୁ ବିଦାୟ ନେଇଛି। ଏହି ପରାଜୟ ପରେ କ୍ରିକେଟ ପ୍ରେମୀମାନେ ଟିମ୍‌ ଇଣ୍ଡିଆର ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ଏପରି ସ୍ଥିତିରେ ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ୱାସିମ ଜାଫର ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଦିନିକିଆରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବା ଉଚିତ। ବିଶେଷ କରି ଦିନିକିଆ ଓ ଟି-୨୦ରେ ରୋହିତ ଭାରତର କ୍ୟାପ୍ଟେନ ହୁଅନ୍ତୁ। ୱାସିମ ଜାଫର ଟ୍ୱିଟ କରି କହିଛନ୍ତି, “ଏବେ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆ ନେତୃତ୍ୱ ନେବା ଉଚିତ ହେବ ନାହିଁ କି? ମୁଁ ଚାହୁଁଛି ରୋହିତ ଶର୍ମା ୨୦୨୩ ବିଶ୍ୱକପରେ ଭାରତର ନେତୃତ୍ୱ ନିଅନ୍ତୁ।”

ଜାଫରଙ୍କ ଏହି କଥାକୁ ଅନେକ ଟ୍ୱିଟର ବ୍ୟବହାରକାରୀ ସମର୍ଥନ କରିଛନ୍ତି। ଭାରତ ସେମିଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୮ ରନ୍‌ରେ ପରାସ୍ତ ହୋଇଥିଲା। ଏହାପରେ କ୍ରିକେଟ ଫ୍ୟାନମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ରୋହିତ ଶର୍ମା ଏବେଠାରୁ ଟିମ୍‌ ଇଣ୍ଡିଆର ନେତୃତ୍ୱ ନିଅନ୍ତୁ ବୋଲି ଦାବି କରିଥିଲେ।

ରୋହିତଙ୍କ ନେତୃତ୍ୱରେ ଭାରତ ନିଦାଶ ଟ୍ରଫି ଓ ଏସିଆ କପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଜିତିଛି। ଅନ୍ୟପକ୍ଷରେ ୨୦୧୭ରେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ ହୋଇଥିବା ବିରାଟ କୋହଲି ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ଏକ ନମ୍ବର କରାଇଛନ୍ତି। ହେଲେ ଏଯାଏ କୋହଲି କୌଣସି ମଲ୍ଟି ନେଶନ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଜିତାଇ ପାରିନାହାନ୍ତି।

Related story