ୱିମ୍ବଲଡନ୍: ମହିଳା ଡବଲ୍ସ ଫାଇନାଲରେ ସାନିଆ-ହିଙ୍ଗିସ୍

ଲଣ୍ଡନ: ୱିମ୍ବଲଡନର ମହିଳା ଡବଲ୍ସ ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍। ଆଉ ଏହା ସହିତ ମହିଳା ଡବଲ୍ସରେ ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ପାଇଁ ତାଙ୍କ ହାତକୁ ଆସିଛି ଏକ ଜବରଦସ୍ତ ସୁଯୋଗ। ଶୁକ୍ରବାର ଖେଳାଯାଇଥିବା ଏକ ସେମି ଫାଇନାଲ୍ ମ୍ୟାଚରେ ଏହି ଟପ୍ ସିଡ୍ ଯୋଡି ୫ମ ସିଡର ଆମେରିକୀୟ ଯୋଡ଼ି ରାକୁଏଲ କପ୍ସ-ଜୋନ୍ସ ଓ ଅବିଗୈଲ ସ୍ୱିୟରସ ଯୋଡ଼ିଙ୍କୁ ୬-୧,୬-୨ରେ ହରାଇଥିଲେ। ମାତ୍ର ୫୬ […]

saniahingis

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 03:42 PM IST

ଲଣ୍ଡନ: ୱିମ୍ବଲଡନର ମହିଳା ଡବଲ୍ସ ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍। ଆଉ ଏହା ସହିତ ମହିଳା ଡବଲ୍ସରେ ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ପାଇଁ ତାଙ୍କ ହାତକୁ ଆସିଛି ଏକ ଜବରଦସ୍ତ ସୁଯୋଗ।

ଶୁକ୍ରବାର ଖେଳାଯାଇଥିବା ଏକ ସେମି ଫାଇନାଲ୍ ମ୍ୟାଚରେ ଏହି ଟପ୍ ସିଡ୍ ଯୋଡି ୫ମ ସିଡର ଆମେରିକୀୟ ଯୋଡ଼ି ରାକୁଏଲ କପ୍ସ-ଜୋନ୍ସ ଓ ଅବିଗୈଲ ସ୍ୱିୟରସ ଯୋଡ଼ିଙ୍କୁ ୬-୧,୬-୨ରେ ହରାଇଥିଲେ। ମାତ୍ର ୫୬ ମିନିଟରେ ସାନିଆ ଓ ହିଙ୍ଗିସ ଯୋଡ଼ି ଏହି ମ୍ୟାଚ୍ ଜିତି ଯାଇଥିଲେ। ଏହି ସେମି ଫାଇନାଲ୍ ଜିତି ସାନିଆ ଦ୍ୱିତୀୟ ଥର ପାଇଁ ମହିଳା ଡବଲ୍ସ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୧ରେ ରୁଷର ଇଲିନା ଭେସନିନାଙ୍କୁ ସାଥୀ କରି ଫ୍ରେଞ୍ଚ ଓପନର୍ ଫାଇନାଲରେ ପହଞ୍ଚି ଥିଲେ। ତେବେ ଫାଇନାଲରେ ସେମାନେ ହାରି ଯାଇଥିଲେ।

ସାନିଆ ମିର୍ଜା ତିନୋଟି ମିକ୍ସଡ୍ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ସେ ୨୦୦୯ରେ ଅଷ୍ଟ୍ରେଲିଆନ୍ ଓପନ୍ ଓ ୨୦୧୨ରେ ଫ୍ରେଞ୍ଚ ଓପନ୍ ଜିତିଥିଲେ। ଏହି ଦୁଇଟିରେ ତାଙ୍କ ସାଥୀ ଥିଲେ ମହେଶ ଭୂପତି। ସେହିପରି ୨୦୧୪ରେ ବ୍ରୁନୋ ସୋଆରସେଙ୍କ ସହିତ ମିଶି ସାନିଆ ୟୁଏସ୍ ଓପନ୍ ଜିତିଥିଲେ।

Related story