ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ଚାମ୍ପିଅନ୍‌

ସିଙ୍ଗାପୁର: ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହେଲା ଭାରତୀୟ ହକି ଦଳ। ସିଙ୍ଗାପୁରରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଟିମ୍ ଚୀନକୁ ହରାଇ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲ୍‌ରେ ଭାରତ ଚୀନକୁ ୨-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ଭାରତ ପାଇଁ ପ୍ରଥମ ଗୋଲ ଦେଇ ଟିମ୍‌କୁ ଅଗ୍ରଣୀ ଦେଇଥିଲେ। ତେବେ ୪୪ତମ ମିନିଟ୍‌ରେ ଚୀନ ଏକ ଗୋଲ […]

indian-women-hockey

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:52 AM IST

ସିଙ୍ଗାପୁର: ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହେଲା ଭାରତୀୟ ହକି ଦଳ। ସିଙ୍ଗାପୁରରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଟିମ୍ ଚୀନକୁ ହରାଇ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି।

ଫାଇନାଲ୍‌ରେ ଭାରତ ଚୀନକୁ ୨-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ଭାରତ ପାଇଁ ପ୍ରଥମ ଗୋଲ ଦେଇ ଟିମ୍‌କୁ ଅଗ୍ରଣୀ ଦେଇଥିଲେ। ତେବେ ୪୪ତମ ମିନିଟ୍‌ରେ ଚୀନ ଏକ ଗୋଲ ଦେଇ ସ୍ଥିତି ବରାବର କରିଥିଲା। ହେଲେ ୬୦ତମ ମିନିଟ୍‌ରେ ଦୀପିକା ଆଉ ଏକ ଗୋଲ୍ ଦେଇ ଭାରତୀୟ ଟିମ୍‌କୁ ବିଜୟ ଦେଇଥିଲେ। ଫାଇନାଲ୍ ମ୍ୟାଚ୍‌ରେ ଏହି ଦମଦାର ବିଜୟ ସହ ଫାଇନାଲ୍ ଲିଗ୍‌ ମ୍ୟାଚ୍‌ରେ ଚୀନଠାରୁ ପରାଜୟର ପ୍ରତିଶୋଧ ମଧ୍ୟ ନେଇଥିଲା ଭାରତ।

ଭାରତୀୟ ମହିଳା ହକି ଦଳର ଏହି ସଫଳତା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସୂଚନାଯୋଗ୍ୟ, ପୂର୍ବରୁ ଦକ୍ଷିଣ କୋରିଆ ଦୁଇ ଥର ଚାମ୍ପିଅନ୍ ହୋଇଥିବା ବେଳେ ଜାପାନ ଥରେ ଚାମ୍ପିଅନ୍ ହୋଇଥିଲା।

Related story