ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଦଳ ୨-୦ରେ ଆଗୁଆ ହୋଇଯାଇଛି। ଶ୍ରୀଲଙ୍କା ଦଳ ପ୍ରଥମ ମ୍ୟାଚ୍ଟି ହାରି ଯାଇଥିବା ବେଳେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ଟି ମଧ୍ୟ ହାରି ଯାଇଛି। ଭାରତୀୟ ମହିଳା ଦଳ ଆଜିର ମ୍ୟାଚ୍କୁ ୬ ୱିକେଟ୍ରେ ଜିତି ଯାଇଛି। ଏହା ସହିତ ଦଳ ସିରିଜ୍ ବିଜୟ ହୋଇଛି।
ରାଞ୍ଚିର ଜେଏସ୍ସିଏ ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ କଂପ୍ଲେକ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ମନୋଦରା ୪୩ ଓ ୱିରାକୋଡି ୩୭ ରନ୍ କରିଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୪ଟି ୱିକେଟ୍ ନେଇଥିଲେ।
ଭାରତ ୪୩.୧ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଧିନାୟକ ମିଥାଲି ରାଜ ଅପରାଜିତ ୫୩ ରନ୍ କରିଥିଲେ। ସେହିପରି ମନ୍ଧାନା ଓ ହରମନପ୍ରୀତ ଯଥାକ୍ରମେ ୪୬ ଓ ୪୧ ରନ୍ କରି ଥିଲେ।