ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ-ଏ'କୁ ହରାଇଲା ଇଣ୍ଡିଆ-ସି

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ତୃତୀୟ ମ୍ୟାଚରେ ଇଣ୍ଡିଆ-ସି ୧୦ ରନରେ ହରମନପ୍ରୀତ କୌରଙ୍କ ନେତୃତ୍ୱଧୀନ ଇଣ୍ଡିଆ-ଏ’କୁ ପରାସ୍ତ କରିଛି । ଏହି ବିଜୟ ସହ ଇଣ୍ଡିଆ-ବି ପଏଣ୍ଟ ଖାତା ଖୋଲିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଇଣ୍ଡିଆ-ବି’ ସହ ପଏଣ୍ଟ ଭାଗ କରିଥିବା ଇଣ୍ଡିଆ-ଏ’କୁ ନିରାଶ ହେବାକୁ ପଡ଼ିଛି। ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ନିର୍ଦ୍ଧାରିତ ୨୦ ଓଭରରେ ୭ […]

verma

verma

Ranjit Kumar Jena
  • Published: Monday, 06 January 2020
  • Updated: 06 January 2020, 05:56 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ତୃତୀୟ ମ୍ୟାଚରେ ଇଣ୍ଡିଆ-ସି ୧୦ ରନରେ ହରମନପ୍ରୀତ କୌରଙ୍କ ନେତୃତ୍ୱଧୀନ ଇଣ୍ଡିଆ-ଏ'କୁ ପରାସ୍ତ କରିଛି । ଏହି ବିଜୟ ସହ ଇଣ୍ଡିଆ-ବି ପଏଣ୍ଟ ଖାତା ଖୋଲିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଇଣ୍ଡିଆ-ବି' ସହ ପଏଣ୍ଟ ଭାଗ କରିଥିବା ଇଣ୍ଡିଆ-ଏ'କୁ ନିରାଶ ହେବାକୁ ପଡ଼ିଛି।

ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ଦଳର ଦୁଇ ଓପ୍ନର ୟସ୍ତିକା ଭାଟିଆ ଓ ଶେଫାଳି ବର୍ମା ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ ଯୋଡ଼ିଥିଲେ। ଭାଟିଆ ୧୮ ଓ ଶେଫାଳି ୩୮ (୨୪ ବଲ୍‌, ୭ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ।

ମଧ୍ୟକ୍ରମରେ ନୁଜତ୍ ପରୱୀନ୍ ୧୦, କ୍ୟାପଟେନ୍ ବେଦ କ୍ରିଷ୍ଣାମୂର୍ତ୍ତି ୧୭ ଓ ଦୟାଲାନ୍ ହେମଲତା ଅପରାଜିତ ୨୪ ରନ୍ କରିଥିଲେ। ଇଣ୍ଡିଆ-ଏ ପକ୍ଷରୁ ଦୀପ୍ତି ଶର୍ମା ୨ଟି, ରାଧା ଯାଦବ, ସ୍ନେହ ରାଣା, ମାନସୀ ଯୋଶୀ ଓ ଦେବିକା ବୈଦ୍ୟ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଇଣ୍ଡିଆ-ଏ ୩ ୱିକେଟ୍ ହରାଇ ୧୧୩ ରନ୍ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ଅପରାଜିତ ୩୪ ରନ୍ କରିଥିବା ବେଳେ ପ୍ରିୟା ପୁନିଆ ୨୫, କ୍ୟାପଟେନ୍ ହରମନପ୍ରୀତ ୧୩, ମିନୁ ମନି ୧୦ ଓ ସ୍ନେହ ରାଣା ୬ ରନ୍ କରିଥିଲେ। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ, ଦୟାଲାନ୍ ଦେମଲତା, ତନୁଶ୍ରୀ ସରକାର, ରାଜେଶ୍ୱରୀ ଗାଏକ୍ୱାଡ୍ ଓ ଅରୁନ୍ଧତୀ ରେଡ୍ଡି ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ। ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍ ଇଣ୍ଡିଆ-ବି ଓ ଇଣ୍ଡିଆ-ଏ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos