ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ ବିଦା କଲା ଦକ୍ଷିଣ ଆଫ୍ରିକା

ସିଡନୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ରବିବାର ଗ୍ରୁପ୍‌-ବି’ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୭ ରନରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟଥର ଲାଗି ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୧୪ ସଂସ୍କରଣର ଅନ୍ତିମ-୪ରେ ପ୍ରବେଶ କରିଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଲୌରା ଉଲଭାର୍ଟଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ […]

saf

Ranjit Kumar Jena
  • Published: Sunday, 01 March 2020
  • , Updated: 01 March 2020, 06:08 PM IST

ସିଡନୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ରବିବାର ଗ୍ରୁପ୍‌-ବି'ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୭ ରନରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟଥର ଲାଗି ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୧୪ ସଂସ୍କରଣର ଅନ୍ତିମ-୪ରେ ପ୍ରବେଶ କରିଥିଲା।

ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଲୌରା ଉଲଭାର୍ଟଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଲୌରା ୩୬ ବଲରେ ୮ ଚୌକା ସହ ଅପରାଜିତ ୫୩ ରନ୍ କରିଥିବା ବେଳେ ମାରିଜେନ୍ କାପ୍ ୩୧, ମିଗନନ୍ ଡୁ ପ୍ରୀଜ୍ ୧୭, ସୁନ୍ ଲୁସ୍ ୧୨ ଓ କ୍ଲୋଇ ଟ୍ରାୟନ୍ ୧୦ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଡାଏନା ବେଗ୍ ୨ଟି ୱିକେଟ୍ ନେଇଥିଲେ।

୧୩୭ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ମହିଳା ଟିମ୍ ୨୦ ଓଭୀରେ ୫ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଆଲିୟା ରିଆଜ୍ ୩୯ ଓ ଇରମ୍ ଜାଭେଦ୍ ୧୭ ରନ୍ କରି ଅପରାଜିତ ଥିଲେ ହେଁ, ଦଳକୁ ଜିତାଇପାରି ନଥିଲେ। ଦୁଇ ଓପ୍ନର ମୁନୀବା ଅଲୀ (୧୨) ଓ କ୍ୟାପଟେନ୍ ଜାଭେରିଆ ଖାନ୍ (୩୧)ଙ୍କୁ ଛାଡ଼ିଦେଲେ ବାକି ସବୁ ବ୍ୟାଟ୍ସଓମ୍ୟାନ୍ ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକାର ଶବନିମ୍ ଇସମାଇଲ୍ ଓ ଡେନ୍ ଭାନ୍ ନିକେର୍କ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story