ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ

କ୍ୟାନବେରା: ଲିଜେଲ୍ ଲି’ଙ୍କ ବିସ୍ଫୋରକ ଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଥାଇଲ୍ୟାଣ୍ଡକୁ ୧୧୩ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ମାନୁକା ଓଭାଲରେ ଗ୍ରୁପ୍‌-ବି’ର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଦଳ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଲିଜେଲ୍ ଲି’ ୬୦ […]

s.africa-women

Ranjit Kumar Jena
  • Published: Friday, 28 February 2020
  • , Updated: 28 February 2020, 05:33 PM IST

କ୍ୟାନବେରା: ଲିଜେଲ୍ ଲି'ଙ୍କ ବିସ୍ଫୋରକ ଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଥାଇଲ୍ୟାଣ୍ଡକୁ ୧୧୩ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି।

ମାନୁକା ଓଭାଲରେ ଗ୍ରୁପ୍‌-ବି'ର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଦଳ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଲିଜେଲ୍ ଲି' ୬୦ ବଲରେ ୧୦୧ ରନ୍ କରିଥିଲେ, ଯେଉଁଥିରେ ୧୬ ଚୌକା ଓ ୩ ଛକା ସାମିଲ୍ ଥିଲା। ତାଙ୍କ ବ୍ୟତୀତ ସୁନ୍ ଲୁସ୍ ୪୧ ବଲରେ ୫ ଚୌକା ଓ ୨ ଛକା ସହ ଅପରାଜିତ ୬୧ ଓ କ୍ଲୋଇ ଟ୍ରାୟନ୍ ୧୧ ବଲରେ ଦ୍ରୁତ ୨୪ (୧ ଚୌକା, ୨ଛକା) ରନ୍ କରିଥିଲେ।

୧୯୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଥାଇଲ୍ୟାଣ୍ଡ୍ ୧୯.୧ ଓଭରରେ ୮୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଓନ୍ନିଚା କାମଚୋମ୍ପୁ ୨୬ ଓ ଚାନିଦା ସୁଥିରୁଆଙ୍ଗ ୧୩ ରନ୍ କରିଥିବା ବେଳେ ଅନ୍ୟ କେହିବି ଦୁଇଅଙ୍କ ଛୁଇଁପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶବନିମ୍ ଇସମାଇଲ୍ ୮ ରନ୍ ଦେଇ ୩ଟି ଓ ଲୁସ୍ ୧୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

Related story