ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ପ୍ରଥମ ବିଜୟ

ପର୍ଥ: ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଆୟୋଜକ ଅଷ୍ଟ୍ରେଲିଆ ଚଳିତ ମହିଳା ଟି-୨୦ ବିଶ୍ୱକପରେ ବିଜୟର ସ୍ୱାଦ ଚାଖିଛି। ଉଦଘାଟନୀ ମ୍ୟାଚରେ ଭାରତ ନିକଟରୁ ହାରିଥିବା ଅଷ୍ଟ୍ରେଲିଆ ସୋମବାର ତା’ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି। ପର୍ଥରେ ଖେଳାଯାଇଥିବା ଗ୍ରୁପ୍‌-ଏ’ର ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଚମାରୀ ଅଟ୍ଟାପଟ୍ଟୁ ସର୍ବାଧିକ ୫୦ (୩୮ […]

aus

Ranjit Kumar Jena
  • Published: Monday, 24 February 2020
  • , Updated: 24 February 2020, 07:12 PM IST

ପର୍ଥ: ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଆୟୋଜକ ଅଷ୍ଟ୍ରେଲିଆ ଚଳିତ ମହିଳା ଟି-୨୦ ବିଶ୍ୱକପରେ ବିଜୟର ସ୍ୱାଦ ଚାଖିଛି। ଉଦଘାଟନୀ ମ୍ୟାଚରେ ଭାରତ ନିକଟରୁ ହାରିଥିବା ଅଷ୍ଟ୍ରେଲିଆ ସୋମବାର ତା'ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି।

ପର୍ଥରେ ଖେଳାଯାଇଥିବା ଗ୍ରୁପ୍‌-ଏ'ର ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଚମାରୀ ଅଟ୍ଟାପଟ୍ଟୁ ସର୍ବାଧିକ ୫୦ (୩୮ ବଲ୍‌, ୭ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅନୁଷ୍କା ସଞ୍ଜିବନୀ ୨୫, ଉମେଶା ଥିମାଶିନୀ ୨୦ ଓ ନିଳାକ୍ଷୀ ଡି'ସିଲଭା ୧୮ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନିକୋଲା କ୍ୟାରୀ ଓ ମଲୀ ଷ୍ଟ୍ରାନୋ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

୧୨୩ ରନର ବିଜୟଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଛି। ଅଷ୍ଟ୍ରେଲିଆ ୧୦ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ଓ ରାଚେଲ୍ ହେନ୍ସ ଦମଦାର ବ୍ୟାଟିଂ କରି ନିଜ ଦଳକୁ ବିଜୟୀ କରାଇଥିଲେ। ଲାନିଙ୍ଗ୍ ଓ ହେନ୍ସ ଚତୁର୍ଥ ୱିକେଟ୍ ପାଇଁ ୯୫ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେନ୍ସ ୪୭ ବଲରେ ୪ ଚୌକା ଓ ୨ ଛକା ସହ ସର୍ବାଧିକ ୬୦ ରନ୍ କରିଥିବା ବେଳେ ଲାନିଙ୍ଗ୍ ୪୧ (୪୪ ବଲ୍‌, ୪ ଚୌକା) ରନ୍ କରି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ଉଦେଶିକା ପ୍ରବୋଧାନୀ ଓ ଶଶୀକଳା ସିରିବର୍ଦ୍ଧନେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story