ନାଇଟଙ୍କ ବିସ୍ଫୋରକ ଶତକ, ଇଂଲଣ୍ଡର ପ୍ରଥମ ବିଜୟ

କ୍ୟାନବେରା: କ୍ୟାପଟେନ୍ ହିଥର ନାଇଟଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ବୁଧବାର ଅନୁଷ୍ଠିତ ମ୍ୟାଚରେ ଥାଇଲ୍ୟାଣ୍ଡକୁ ୯୮ ରନରେ ହରାଇ ବିଜୟ ସ୍ୱାଦ ଚାଖିଛି। ଗ୍ରୁପ୍‌-ବି’ର ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଇଂଲଣ୍ଡର ଦୁଇ ଓପ୍ନର ଆମି ଜୋନ୍ସ ଓ ଡାନିଏଲ୍ ୟାଟ୍ଟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ନାଟାଲି ସ୍କିଭର୍ […]

eng-women

Ranjit Kumar Jena
  • Published: Wednesday, 26 February 2020
  • , Updated: 26 February 2020, 05:59 PM IST

କ୍ୟାନବେରା: କ୍ୟାପଟେନ୍ ହିଥର ନାଇଟଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ବୁଧବାର ଅନୁଷ୍ଠିତ ମ୍ୟାଚରେ ଥାଇଲ୍ୟାଣ୍ଡକୁ ୯୮ ରନରେ ହରାଇ ବିଜୟ ସ୍ୱାଦ ଚାଖିଛି।

ଗ୍ରୁପ୍‌-ବି'ର ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଇଂଲଣ୍ଡର ଦୁଇ ଓପ୍ନର ଆମି ଜୋନ୍ସ ଓ ଡାନିଏଲ୍ ୟାଟ୍ଟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ନାଟାଲି ସ୍କିଭର୍ ଓ କ୍ୟାପଟେନ୍ ନାଇଟ୍ ତୃତୀୟ ୱିକେଟ୍ ଅପରାଜିତ ୧୬୯ ରନର ଭାଗୀଦାରୀ କରି ଇଂଲଣ୍ଡକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନାଇଟ୍ ୬୬ ବଲରେ ୧୩ ଚୌକା ଓ ୪ ଛକା ସହାୟତାରେ ୧୦୮ ଓ ସ୍କିଭର୍ ୫୨ ବଲରେ ୮ ଚୌକା ସହ ଅପରାଜିତ ୫୯ ରନ୍ କରିଥିଲେ। ୧୭୭ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଥାଇଲ୍ୟାଣ୍ଡ୍ ମହିଳା ଟିମ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନାଟ୍ଟାକାନ୍ ଚାଣ୍ଟାମ୍ ୩୨ ଓ ନାରୁମୋଲ୍ ଚୈୱାଇ ଅପରାଜିତ ୧୯ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆନ୍ୟ ସ୍ରୁବସୋଲ୍ ୩ଟି ଓ ସ୍କିଭର୍ ୨ଟି ୱିକେଟ୍ ଅକ୍ତିଆର କରିଥିଲେ।

Related story