ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଇଣ୍ଡିଜକୁ ହରାଇଲା ପାକିସ୍ତାନ

କ୍ୟାନବେରା: ଚଳିତ ମହିଳା ଟି-୨୦ ବିଶ୍ୱକପର ଅଷ୍ଟମ ମୁକାବିଲାରେ ପାକିସ୍ତାନ ମହିଳା ଟିମ୍ ୮ ୱିକେଟରେ ମଜଭୁତ୍ ୱେଷ୍ଟଇଣ୍ଡିଜକୁ ହରାଇ ଜବରଦସ୍ତ ବିଜୟ ହାସଲ କରିଛି। ଗ୍ରୁପ୍‌-ବି’ରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ପାକିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଇଣ୍ଡିଜକୁ ପଛରେ ପକାଇଛି। ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଷ୍ଟାଫାନୀ ଟେଲର୍ ୪୩, ଶେର୍ମେନ୍ କ୍ୟାମ୍ପବେଲ୍ […]

pak-women

Ranjit Kumar Jena
  • Published: Wednesday, 26 February 2020
  • , Updated: 26 February 2020, 06:05 PM IST

କ୍ୟାନବେରା: ଚଳିତ ମହିଳା ଟି-୨୦ ବିଶ୍ୱକପର ଅଷ୍ଟମ ମୁକାବିଲାରେ ପାକିସ୍ତାନ ମହିଳା ଟିମ୍ ୮ ୱିକେଟରେ ମଜଭୁତ୍ ୱେଷ୍ଟଇଣ୍ଡିଜକୁ ହରାଇ ଜବରଦସ୍ତ ବିଜୟ ହାସଲ କରିଛି। ଗ୍ରୁପ୍‌-ବି'ରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ପାକିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଇଣ୍ଡିଜକୁ ପଛରେ ପକାଇଛି।

ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଷ୍ଟାଫାନୀ ଟେଲର୍ ୪୩, ଶେର୍ମେନ୍ କ୍ୟାମ୍ପବେଲ୍ ୪୩ ଓ ଲି-ଆନ୍ କିର୍ବୀ ୧୬ ରନ୍ କରିଥିଲେ। ପାକିସ୍ତାନର ଡାଏନା ବେଗ୍‌, ଆଇମାନ୍ ଅନୱର୍ ଓ ନିଦା ଦାର୍ ୨ଟି ଲେଖାଏ ୱିକେଟ୍ ସଫଳତା ପାଇଥିଲେ।

୧୨୫ ରନର ବିଜୟଲକ୍ଷ୍ୟକୁ ପାକିସ୍ତାନ ୧୮.୨ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ଦୁଇ ଓପ୍ନର ଯଥା ମୁନୀବା ଅଲୀ (୨୫) ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜାଭେରିଆ ଖାନ୍ (୩୫) ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ କରି ବିଜୟ ମୁଳଦୂଆ ପକାଇଥିବା ବେଳେ କ୍ୟାପଟେନ୍ ବିସମା ମାରୁଫ୍ (୩୮*) ଓ ନିଦା ଦାର (୧୮*) ରନ୍ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।

Related story