ମହିଳା ଟି-୨୦ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍‌: ଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ୍‌: ପୁନମ ଯାଦବଙ୍କ ସଫଳ ବୋଲିଂ ବଳରେ ଭାରତ ଆଇସିସି ମହିଳା ଟି-୨୦ ବିଶ୍ୱକପର ପ୍ରାକ୍ଟିସ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୨ ରନରେ ପରାସ୍ତ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଥାନ୍ତା, କିନ୍ତୁ ବର୍ଷା ଏହି ମ୍ୟାଚକୁ ଧୋଇ ଦେଇଥିଲା। ମଙ୍ଗଳବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ୨୦ ଓଭରରେ […]

WOMEN-TEAM

Ranjit Kumar Jena
  • Published: Tuesday, 18 February 2020
  • , Updated: 18 February 2020, 05:40 PM IST

ବ୍ରିସବେନ୍‌: ପୁନମ ଯାଦବଙ୍କ ସଫଳ ବୋଲିଂ ବଳରେ ଭାରତ ଆଇସିସି ମହିଳା ଟି-୨୦ ବିଶ୍ୱକପର ପ୍ରାକ୍ଟିସ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୨ ରନରେ ପରାସ୍ତ କରିଛି। ଭାରତ ତା'ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଥାନ୍ତା, କିନ୍ତୁ ବର୍ଷା ଏହି ମ୍ୟାଚକୁ ଧୋଇ ଦେଇଥିଲା। ମଙ୍ଗଳବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୫ ରନ୍ କରିବାକୁ ସକ୍ଷମ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଏକ ସମୟରେ ୧୩ ଓଭରରେ ୧ ୱିକେଟ୍ ହରାଇ ୫୭ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଏହା ପରେ ପୁନମ୍ ଓ ବାକି ବୋଲରମାନେ ଦମଦାର ବୋଲିଂ କରି ୱେଷ୍ଟଇଣ୍ଡିଜକୁ ବିଜୟରୁ ବଞ୍ଚିତ କରାଇଥିଲେ। ପୁନମ୍ ୨୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ, ଦୀପ୍ତି ଶର୍ମା ଓ କ୍ୟାପଟେନ୍ ହରମନପ୍ରୀତ କୌର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ୱେଷ୍ଟଇଣ୍ଡିଜର ଲି-ଆନ୍ କିର୍ବୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ ହାଲେ ମାଥ୍ୟୁସ୍ ୨୫, ଚିନେଲ୍ ହେନରୀ ୧୭ ଓ କ୍ୟାପଟେନ୍ ଷ୍ଟାପାନୀ ଟେଲର୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର କୌଣସି ବ୍ୟାଟ୍ସଓମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।

ଲୋୟର୍ ଅର୍ଡରରେ ଶିଖା ପାଣ୍ଡେ ୧୬ ବଲରେ ଦ୍ରୁତ ୨୪ (୩ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି ଶର୍ମା ୨୧, ପୂଜା ବସ୍ତ୍ରାକର ୧୩, ଶେଫାଳି ବର୍ମା ଓ ହରମନପ୍ରୀତ ୧୨ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଶାମିଲିଆ କନେଲ୍ ଓ ଅନିସା ମହମ୍ମଦ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

Related story