ଦକ୍ଷିଣ ଆଫ୍ରିକା ନିରାଶ, ଫାଇନାଲରେ ଅଷ୍ଟ୍ରେଲିଆ

ସିଡନୀ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ପୁଣିଥରେ ମହିଳା ଟି-୨୦ ବିଶ୍ୱକପର ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଗୁରୁବାର ପ୍ରଥମ ସେମିଫାଇନାଲ୍ ମୁକାବିଲା ଧୋଇ ହୋଇଯିବା ପରେ ଦ୍ୱିତୀୟ ସେମିରେ ଆୟୋଜକ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଭାରତ ସହ ହେବ। ତେବେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ଟାଇଟଲ୍ ଆଶା ଧୂଳିସାତ୍ ହୋଇଯାଇଛି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଆମନ୍ତ୍ରଣ ପାଇ […]

aus

Ranjit Kumar Jena
  • Published: Thursday, 05 March 2020
  • , Updated: 05 March 2020, 05:59 PM IST

ସିଡନୀ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ପୁଣିଥରେ ମହିଳା ଟି-୨୦ ବିଶ୍ୱକପର ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଗୁରୁବାର ପ୍ରଥମ ସେମିଫାଇନାଲ୍ ମୁକାବିଲା ଧୋଇ ହୋଇଯିବା ପରେ ଦ୍ୱିତୀୟ ସେମିରେ ଆୟୋଜକ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଭାରତ ସହ ହେବ। ତେବେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ଟାଇଟଲ୍ ଆଶା ଧୂଳିସାତ୍ ହୋଇଯାଇଛି।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଅଷ୍ଟ୍ରେଲିଆ ଇନିଂସ୍ ପରେ ବର୍ଷା ହେବାରୁ ଦକ୍ଷିଣ ଆଫ୍ରିକା ଆଗରେ ୧୩ ଓଭରରେ ୯୮ ରନର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ହରାଇ ୯୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଲୌର ଉଲଭାର୍ଟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଦଳକୁ ଜିତାଇପାରିନଥିଲେ।

ଦକ୍ଷିଣ ଆଫ୍ରିକା ଟିମର୍ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀତ ହୋଇଥିଲା। ଦଳ ତା'ର ପ୍ରଥମ ୩ ୱିକେଟ୍ ମାତ୍ର ୨୪ ରନରେ ହରାଇଥିଲା। ସୁନ୍ ଲୁସ୍ ଓ ଉଲଭାର୍ଟ ଚତୁର୍ଥ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ଲୁସ୍ ୨୨ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ଲୋଇ ଟ୍ରାୟନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲଗାତାର ୨ଟି ୱିକେଟ୍ ପତନ ଦ୍ୱାରା ଦକ୍ଷିଣ ଆଫ୍ରିକାର ରନ୍ ଗତି ହ୍ରାସ ପାଇଥିଲା। ଉଲଭାର୍ଟ ୨୭ ବଲରେ ୩ ଚୌକା ଓ ୨ ଛକା ସହ ୪୧ ରନ୍ ଏବଂ ନାଡିନ୍ ଡି କ୍ଲର୍କ ୬ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଜେଲ ଲି (୧୦), କ୍ୟାପଟେନ୍ ଡେନ୍ ଭାନ୍ ନିକେର୍କ (୧୨) ଓ ମିଗନନ୍ ଡୁ'ପ୍ରୀଜ୍ (୦) ନିରାଶ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍କଟ୍ ୨ଟି ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆର ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଯଥା କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ଅପରାଜିତ ୪୯ (୪୯ ବଲ୍‌, ୪ ଚୌକା, ୧ ଛକା) ରନ୍ କରିଥିବା ବେଳେ ଆଲିସା ହିଲୀ ୧୮ ଓ ବେଥ୍ ମୁନୀ ୨୮ ରନ୍ କରିଥିଲେ। ତେବେ ଦଳର ମିଡିଲ୍ ଅର୍ଡରରେ ଜେସ୍ ଜୋନାସେନ୍ (୧) ଓ ଆଶଲେ ଗାର୍ଡନର ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ରାଚେଲ୍ ହେନ୍ସ ୧୭ ରନ୍ କରି ଆଉଟ୍ ହେବା ପରେ ନିକୋଲା କ୍ୟାରୀ ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି'କ୍ଲର୍କ ୩ଟି ୱିକେଟ୍ ନେଇଥିଲେ।

Related story