ମହିଳା ଟି-୨୦ ବିଶ୍ୱକପ୍‌: ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ମେଲବର୍ଣ୍ଣ: ଚଳିତ ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବଞ୍ଚିତ ହୋଇଥିବା ଶ୍ରୀଲଙ୍କା ତା’ର ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ସାନ୍ତ୍ୱାନାମୂଳକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ’ର ଏହି ମ୍ୟାଚରେ ଶ୍ରୀଲଙ୍କା ବୋଲରମାନେ ଭଲ ବୋଲିଂ କରି ବାଂଲାଦେଶକୁ ୨୦ ଓଭରରେ ୮ ୱିକେଟରେ ୯୧ ରନରେ ରୋକିଥିଲେ। ବାଂଲାଦେଶର ନିଗାର ସୁଲକାତା ସର୍ବାଧିକ ୩୯ ରନ୍ କରିଥିବା ବେଳେ ସଞ୍ଜିଦା ଇସଲାମ୍ ୧୩ ଓ ଫର୍ଗାନା ହକ୍ ୧୩ ରନ୍ […]

SL

Ranjit Kumar Jena
  • Published: Monday, 02 March 2020
  • , Updated: 02 March 2020, 07:08 PM IST

ମେଲବର୍ଣ୍ଣ: ଚଳିତ ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବଞ୍ଚିତ ହୋଇଥିବା ଶ୍ରୀଲଙ୍କା ତା'ର ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ସାନ୍ତ୍ୱାନାମୂଳକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ'ର ଏହି ମ୍ୟାଚରେ ଶ୍ରୀଲଙ୍କା ବୋଲରମାନେ ଭଲ ବୋଲିଂ କରି ବାଂଲାଦେଶକୁ ୨୦ ଓଭରରେ ୮ ୱିକେଟରେ ୯୧ ରନରେ ରୋକିଥିଲେ।

ବାଂଲାଦେଶର ନିଗାର ସୁଲକାତା ସର୍ବାଧିକ ୩୯ ରନ୍ କରିଥିବା ବେଳେ ସଞ୍ଜିଦା ଇସଲାମ୍ ୧୩ ଓ ଫର୍ଗାନା ହକ୍ ୧୩ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଶଶୀକଳା ସିରିବର୍ଦ୍ଧନେ ୧୬ ରନ୍ ଦେଇ ୪ଟି ଓ ଆଚିନୀ କୁଲାସୁରିୟା ୨ଟି ୱିକେଟ୍ ନେଇଥିଲେ।

୯୨ ରନର ସହଜ ବିଜୟଲକ୍ଷ୍ୟକୁ ଶ୍ରୀଲଙ୍କା ମାତ୍ର ୧୫.୩ ଓଭରରେ ୧ ୱିକେଟ୍ ହରାଇ ହାସଲ କରିନେଇଛି। ଦଳ ପକ୍ଷରୁ ହାସିନୀ ପରେରା ୩୯ ଓ ଅନୁଷ୍କା ସଞ୍ଜିବନୀ ୧୬ ରନ୍ କରି ଅପରାଜିତ ଥିଲେ। କ୍ୟାପଟେନ୍ ଚମାରୀ ଆଟ୍ଟାପଟ୍ଟୁ ୨୨ ବଲରେ ୨ ଚୌକା ଓ ୨ ଛକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ।

Related story