ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ରୌପ୍ୟରେ ସନ୍ତୁଷ୍ଟ ହେଲେ ମଞ୍ଜୁ ରାନୀ

ଉଲାନ୍‌-ଉଦେ (ରୁଷ୍‌): ଭାରତୀୟ ବକ୍ସର ମଞ୍ଜୁ ରାନୀ ମହିଳା ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ହରିଆଣାର ଏହି ବକ୍ସରଙ୍କୁ ଲାଇଟ୍ ଫ୍ଲାଇୱେଟ୍ (୪୮ କେଜି) ବର୍ଗର ଫାଇନାଲରେ ରୁଷର ଏକାତେରିନା ପାଲ୍ଟସେଭା ୪-୧ରେ ପରାସ୍ତ କରିଛନ୍ତି। ୨୦ ବର୍ଷୀୟା ମଞ୍ଜୁ ଶନିବାର ସେମିଫାଇନାଲରେ ଥାଲଇ୍ୟାଣ୍ଡର ଚୁଟହାମତ୍ ରକସତଙ୍କୁ ୪-୧ରେ ହରାଇ ଏକମାତ୍ର ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ୬ଥରର ଚାମ୍ପିୟନ୍ ଏମସି ମ୍ୟାରୀ କମ୍ (୫୧ କେଜି), […]

manju

Ranjit Kumar Jena
  • Published: Sunday, 13 October 2019
  • , Updated: 13 October 2019, 06:08 PM IST

ଉଲାନ୍‌-ଉଦେ (ରୁଷ୍‌): ଭାରତୀୟ ବକ୍ସର ମଞ୍ଜୁ ରାନୀ ମହିଳା ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ହରିଆଣାର ଏହି ବକ୍ସରଙ୍କୁ ଲାଇଟ୍ ଫ୍ଲାଇୱେଟ୍ (୪୮ କେଜି) ବର୍ଗର ଫାଇନାଲରେ ରୁଷର ଏକାତେରିନା ପାଲ୍ଟସେଭା ୪-୧ରେ ପରାସ୍ତ କରିଛନ୍ତି।

୨୦ ବର୍ଷୀୟା ମଞ୍ଜୁ ଶନିବାର ସେମିଫାଇନାଲରେ ଥାଲଇ୍ୟାଣ୍ଡର ଚୁଟହାମତ୍ ରକସତଙ୍କୁ ୪-୧ରେ ହରାଇ ଏକମାତ୍ର ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ୬ଥରର ଚାମ୍ପିୟନ୍ ଏମସି ମ୍ୟାରୀ କମ୍ (୫୧ କେଜି), ଯମୁନା ବୋରୋ (୫୪ କେଜି), ଲୋଭଲିନା ବୋର୍ଗୋହେନ୍ (୬୯ କେଜି) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଲୋଭଲିନାଙ୍କର ଏହା କ୍ରମାଗତ ଦ୍ୱିତୀୟ ବ୍ରୋଞ୍ଜ ପଦକ ଥିଲା।

ଋବିବାର ମଞ୍ଜୁ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟ ଖେଳାଯାଇଥିବା ଫାଇନାଲ୍ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ତିନି ମିନିଟରେ ରୁଷ୍ ବକ୍ସର ଜଣକ ଦମଦାର ପଞ୍ଚ୍ ମାରିଥିଲେ। ଦ୍ୱିତୀୟ ରାଉଣ୍ଡରେ ରାନୀ ପ୍ରତିଆକ୍ରମଣ କରିଥିଲେ ଏବଂ ସ୍ଥାନୀୟ ବକ୍ସରଙ୍କ ଉପରେ ଚାପ ପକାଇଥିଲେ। ଶେଷ ତିନି ମିନିଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସତର୍କତାର ସହ ଖେଳିଥିଲେ। ତେବେ ଶେଷରେ ଉନ୍ନତ ରିଫ୍ଲେକ୍ସେସ୍ କାରଣରୁ ରୁଷ୍ ବକ୍ସରଙ୍କୁ ବିଜେତା ଘୋଷଣା କରାଯାଇଥିଲା।

Related story