ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ମଞ୍ଜୁ ରାନୀ

ଉଲାନ୍‌-ଉଦେ (ରୁଷ୍‌): ୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମ୍ (୫୧ କେଜି)ଙ୍କୁ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି, କିନ୍ତୁ ଡେବ୍ୟୁ କରିଥିବା ମଞ୍ଜୁ ରାନୀ (୪୮ କେଜି) ଚମତ୍କାର ପ୍ରଦର୍ଶନ କରି ଶନିବାର ଏଠାରେ ଫାଇନାଲରେ ପ୍ରବେଶ କରିଛନ୍ତି। ଷଷ୍ଠ ସିଡ୍ ମଞ୍ଜୁ ରାନୀ ସେମିଫାଇନାଲରେ ଥାଇଲ୍ୟାଣ୍ଡର ଚୁଟହାମତ୍ ରକସତଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ମଞ୍ଜୁ ଥାଇଲ୍ୟାଣ୍ଡର ବକ୍ସରଙ୍କୁ ୨୯-୧୮, ୩୦-୨୭, ୨୯-୨୮, ୨୮-୨୯, ୨୯-୨୮ରେ ପରାସ୍ତ କରିଛନ୍ତି ଏବଂ […]

manju

manju

Ranjit Kumar Jena
  • Published: Saturday, 12 October 2019
  • Updated: 12 October 2019, 06:26 PM IST

ଉଲାନ୍‌-ଉଦେ (ରୁଷ୍‌): ୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମ୍ (୫୧ କେଜି)ଙ୍କୁ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି, କିନ୍ତୁ ଡେବ୍ୟୁ କରିଥିବା ମଞ୍ଜୁ ରାନୀ (୪୮ କେଜି) ଚମତ୍କାର ପ୍ରଦର୍ଶନ କରି ଶନିବାର ଏଠାରେ ଫାଇନାଲରେ ପ୍ରବେଶ କରିଛନ୍ତି। ଷଷ୍ଠ ସିଡ୍ ମଞ୍ଜୁ ରାନୀ ସେମିଫାଇନାଲରେ ଥାଇଲ୍ୟାଣ୍ଡର ଚୁଟହାମତ୍ ରକସତଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ମଞ୍ଜୁ ଥାଇଲ୍ୟାଣ୍ଡର ବକ୍ସରଙ୍କୁ ୨୯-୧୮, ୩୦-୨୭, ୨୯-୨୮, ୨୮-୨୯, ୨୯-୨୮ରେ ପରାସ୍ତ କରିଛନ୍ତି ଏବଂ ଚଳିତ ଚାମ୍ପିୟନଶିପରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ପକ୍କା କରିଛନ୍ତି। ଏହାସହ ୧୮ ବର୍ଷ ପରେ ପ୍ରଥମ ଭାରତୀୟ ମହିଳା ବକ୍ସର ଭାବେ ମଞ୍ଜୁ ପଦାର୍ପଣରେ ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ଏହା ପୂର୍ବରୁ ୨୦୦୧ରେ ମ୍ୟାରୀ କମ୍ ଫାଇନାଲରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ଭାରତର ଅନ୍ୟତମ ଡେବ୍ୟୁଟାଣ୍ଟ ଯମୁନା ବୋରୋ ଓ ଲୋଭଲିନା ବୋର୍ଗୋହେନ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଯମୁନା ସେମିରେ ଚାଇନିଜ୍ ତାଇପେଇର ହୁଆଙ୍ଗ ସିଆଓ-ୱେନଙ୍କଠାରୁ ୦-୫ରେ ପରାସ୍ତ ହୋଇଥିଲେ । ସେହିପରି ଲୋଭଲିନା ୨-୩ ପଏଣ୍ଟରେ ଚାଇନାର ୟାଙ୍ଗ ଲିଉ'ଙ୍କଠାରୁ ହାରିଛନ୍ତି।

ଏହା ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ବକ୍ସର ମ୍ୟାରୀ କମ୍ ସେମିରେ ତୁର୍କୀର ବୁସେନାଜ କାକିରୋଗଲୁଙ୍କଠାରୁ ପରାସ୍ତ ହୋଇଥିଲେ। ଏହି ପରାଜୟ ସହ ୬ଥରର ବିଶ୍ୱ ଚାମ୍ପିୟନ୍ ମ୍ୟାରୀ କମଙ୍କୁ ଏଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିରେ କାକିରୋଗଲୁ ୪-୧ ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏହା ମ୍ୟାରୀ କମଙ୍କର ବିଶ୍ୱ ଚାମ୍ପିୟନଶିପରେ ଅଷ୍ଟମ ପଦକ। ସେ କ୍ୱାର୍ଟରଫାଇନାଲରେ କଲମ୍ବିଆ ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ହରାଇ ପଦକ ପକ୍କା କରିଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ମ୍ୟାରୀ କମ (୮)ଙ୍କ ନାଁରେ ରେକର୍ଡ ସଂଖ୍ୟକ ପଦକ ରହିଛି। ଅର୍ଥାତ୍ ମହିଳା ହେଉ କିମ୍ବା ପୁରୁଷ, ଉଭୟ ବର୍ଗରେ ସର୍ବାଧିକ ବିଶ୍ୱ ଚାମ୍ପିୟନଶିପ୍ ପଦକ ଏବେ ମ୍ୟାରୀ କମଙ୍କ ନାଁରେ ହୋଇଛି।

ଆଜି ମୁକାବିଲାରେ ମ୍ୟାରୀ କମ୍ ଦ୍ୱିତୀୟ ସିଡ୍ କାକିରୋଗଲୁଙ୍କ ବିରୋଧରେ ସତର୍କତାର ସହ ଆରମ୍ଭ କରିଥିଲେ। ପ୍ରଥମ ରାଉଣ୍ଡରେ ମ୍ୟାରୀ କମ୍ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ମୁଭକୁ ପରଖିଥିଲେ ଏବଂ ପୂରା ସମୟ ନେଇଥିଲେ। ମ୍ୟାରୀ କମ୍ ଅଧିକ ଆକ୍ରମଣାତ୍ମକ ହୋଇନଥିଲେ। ସେ ଦ୍ୱିତୀୟ ବାଉଟରେ ୟୁରୋପିଆନ୍ ଚାମ୍ପିୟନଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିଥିଲେ। ତେବେ ଉଭୟ ବକ୍ସରଙ୍କୁ ସେତେଟା ସଫଳତା ମିଳିଥିଲା ଏବଂ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା।

କାକିରୋଗଲୁ ତୃତୀୟ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ନିର୍ଣ୍ଣାୟକ ପଏଣ୍ଟ ହାସଲ କରିଥିଲେ। ଏହା ପରେ ତୁର୍କୀ ବକ୍ସର ଜଣକ ଅଧିକ ଆକ୍ରମଣାତ୍ମକ ହୋଇଥିଲେ ଏବଂ ମ୍ୟାରୀ କମଙ୍କୁ ସମସ୍ୟାରେ ପକାଇଥିଲେ। ବାଉଟ୍ ଶେଷ ହେବା ପରେ ପାଞ୍ଚଜଣିଆ ଜଜ୍ କାକିରୋଗଲୁଙ୍କ ସପକ୍ଷରେ ୨୮-୨୯, ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ରେ ନିଷ୍ପତ୍ତି ଶୁଣାଇଥିଲେ। ତେବେ ଜଜଙ୍କ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିଥିଲା, କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଏଆଇବିଏର ନିର୍ଦ୍ଦେଶ ଅନୁଯାୟୀ, ଜଣେ ଖେଳାଳି ସେତେବେଳେ ଅପିଲ୍ କରିପାରିବ, ଯେତେବେଳେ ସେ ୨-୩ କିମ୍ବା ୧-୩ରେ ମୁକାବିଲା ହାରିଥିବ। କିନ୍ତୁ ମ୍ୟାରୀ କମ୍ ୧-୪ରେ ମୁକାବିଲା ହାରିଥିଲେ, ଏଥିପାଇଁ ଟେକନିକ୍ କମିଟି ଭାରତର ଅପିଲକୁ ସ୍ୱୀକାର କରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story