ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲେ ଦୀପକ

ନୁର୍-ସୁଲତାନ (କଜାଖସ୍ତାନ) ଭାରତର ଯୁବ ରେସଲର୍ ଦୀପକ ପୁନିଆ ଆହତ କାରଣରୁ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଦୀପକଙ୍କୁ ୮୬ କେଜି ବର୍ଗର ଫାଇନାଲରେ ରବିବାର ଇରାନର ହାସନ୍ ୟାଜଦାନୀ ଚାରାଟିଙ୍କୁ ଭେଟିବାର ଥିଲା, କିନ୍ତୁ ଆହତ କାରଣରୁ ସେ ଏହି ମୁକାବିଲା ଖେଳିପାରି ନଥିଲେ। ୱାର୍ଲ୍ଡ ଚାମ୍ପିୟନଶିପରେ ଭାଗ ନେବା ପୂର୍ବରୁ ଦୀପକ କାନ୍ଧଜନିତ ଆଘାତ ସମସ୍ୟାରେ ଥିଲେ। ଏହା ସତ୍ତେ୍ୱ ସେ […]

deepak

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 04:54 PM IST

ନୁର୍-ସୁଲତାନ (କଜାଖସ୍ତାନ) ଭାରତର ଯୁବ ରେସଲର୍ ଦୀପକ ପୁନିଆ ଆହତ କାରଣରୁ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଦୀପକଙ୍କୁ ୮୬ କେଜି ବର୍ଗର ଫାଇନାଲରେ ରବିବାର ଇରାନର ହାସନ୍ ୟାଜଦାନୀ ଚାରାଟିଙ୍କୁ ଭେଟିବାର ଥିଲା, କିନ୍ତୁ ଆହତ କାରଣରୁ ସେ ଏହି ମୁକାବିଲା ଖେଳିପାରି ନଥିଲେ।

ୱାର୍ଲ୍ଡ ଚାମ୍ପିୟନଶିପରେ ଭାଗ ନେବା ପୂର୍ବରୁ ଦୀପକ କାନ୍ଧଜନିତ ଆଘାତ ସମସ୍ୟାରେ ଥିଲେ। ଏହା ସତ୍ତେ୍ୱ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଥିଲେ। ୨୦ ବର୍ଷୀୟ ଦୀପକ ସେମିଫାଇନାଲରେ ସ୍ୱିଜରଲ୍ୟାଣ୍ଡର ଷ୍ଟେଫନ୍ ରିଚମୁଥଙ୍କୁ ୮-୨ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ସେ ଚଳିତ ସଂସ୍କରଣରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପହଞ୍ଚିଥିଲେ। ସେ ପୂର୍ବରୁ ହିଁ ଅଲିମ୍ପିକ୍ କୋଟା ହାସଲ କରିସାରିଛନ୍ତି।

ଫାଇନାଲରୁ ଓହରିବା ନେଇ ଦୀପକ କହିଛନ୍ତି, ମୋ ବାମ ପାଦରେ ଆଘାତ ଲାଗିଛି। ଏଭଳି ସ୍ଥିତିରେ ମ୍ୟାଚ୍ ପାଇଁ ଓହ୍ଲାଇବା ମୋ ପାଇଁ କଷ୍ଟକର। ମୁଁ ଜାଣିଛି ଇରାନର ରେସଲରଙ୍କ ବିପକ୍ଷରେ ଲଢ଼ିବାର ଏକ ବଡ଼ ସୁଯୋଗ ହାତଛଡ଼ା କଲି। ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିନପାରିବା ମୋତେ ନିରାଶ କରିଛି। କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ନେଇ ମୁଁ ବହୁତ ଖୁସି। ଅଲିମ୍ପିକରେ ପଦକ ଜିତିବା ପାଇଁ ମୁଁ କଠିନ ପରିଶ୍ରମ କରିବି।

ଦୀପକଙ୍କ ପାଖରେ ଇତିହାସ ରଚିବାର ଭଲ ସୁଯୋଗ ଥିଲା। ଯଦି ସେ ଫାଇନାଲ୍ ମୁକାବିଲା ଜିତିଥାନ୍ତେ, ତାହେଲେ ବିଶ୍ୱ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦୀପକ ମଧ୍ୟ ଭାରତର କନିଷ୍ଠ ରେସଲର୍ ଭାବେ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ଜୁନିୟର ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ମଧ୍ୟ ନିଜ ନାଁରେ କରିଥିଲେ।

Related story