ଦୀପକ ହେଲେ ନମ୍ବର-୧ ରେସଲର୍

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ରେସଲର୍ ଦୀପକ ପୁନିଆ ପୁରୁଷ ୮୬ କେଜି ଫ୍ରିଷ୍ଟାଇଲ୍ ୱାର୍ଲ୍ଡ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ଦୀପକ ଆହତ କାରଣରୁ କଜାଖସ୍ତାନର ନୁର୍-ସୁଲତାନରେ ଆୟୋଜିତ ଆୟୋଜିତ ବିଶ୍ୱ ଚାମ୍ପିୟନଶିପର ଫାଇନାଲରୁ ଓହରିଯାଇଥିଲେ, ଯେଉଁକାରଣରୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ପକ୍ଷରୁ ଜାରି ରାଙ୍କିଙ୍ଗରେ ଦୀପକ ୮୨ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ୱାର୍ଲ୍ଡ […]

wrestler

wrestler

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 04:39 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ରେସଲର୍ ଦୀପକ ପୁନିଆ ପୁରୁଷ ୮୬ କେଜି ଫ୍ରିଷ୍ଟାଇଲ୍ ୱାର୍ଲ୍ଡ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ଦୀପକ ଆହତ କାରଣରୁ କଜାଖସ୍ତାନର ନୁର୍-ସୁଲତାନରେ ଆୟୋଜିତ ଆୟୋଜିତ ବିଶ୍ୱ ଚାମ୍ପିୟନଶିପର ଫାଇନାଲରୁ ଓହରିଯାଇଥିଲେ, ଯେଉଁକାରଣରୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ପକ୍ଷରୁ ଜାରି ରାଙ୍କିଙ୍ଗରେ ଦୀପକ ୮୨ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ୱାର୍ଲ୍ଡ ଚାମ୍ପିୟନ୍ ଇରାନର ହାସନ୍ ୟାଜଦାନୀଙ୍କଠାରୁ ୪ ପଏଣ୍ଟ ଆଗରେ ଅଛନ୍ତି। ଏହି ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। ସେ ୬୫ କେଜି ବର୍ଗରେ ୬୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତେବେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ରୁଷର ଗାଗଜିମୁରାଦ୍ ରାଶିଦୋଭ ୭୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି।

ରବି ଦାହିୟା ୫୭ କେଜି ବର୍ଗରେ ଶୀର୍ଷ-୫ରେ ପହଞ୍ଚିଥିବା ବେଳେ ରାହୁଲ ଆୱାରେ ୬୧ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଉଭୟ ରେସଲର ବିଶ୍ୱ ଚାମ୍ପିୟନଶିପରେ ନିଜ ନିଜର ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ମହିଳାଙ୍କ ମଧ୍ୟରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ୍ ଫୋଗଟ୍ (୫୩ କେଜି) ଚାରୋଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଛନ୍ତି। ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ ପାଇଁ କୋଟା ହାସଲ କରିଥିବା ଭିନେଶଙ୍କର ମୋଟ ୭୧ ପଏଣ୍ଟ ରହିଛି। ସୀମା ବିସଲା (୫୦ କେଜି) ତୃତୀୟକୁ ଖସି ଆସିଥିବା ବେଳେ ପୂଜା ଧାନ୍ଦା (୫୯ କେଜି) ପଞ୍ଚମ ସ୍ଥାନରେ ରହିଛନ୍ତି। ମଞ୍ଜୁ କୁମାରୀ (୫୯ କେଜି) ସପ୍ତମ ସ୍ଥାନରେ ବଳବତ୍ତର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos