ଅନ୍ତର୍ଜାତୀୟ ଯୋଗ ଦିବସରେ ଟିମ୍ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ସ୍କୁଲ୍ ପିଲା

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଢ଼ଙ୍ଗରେ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପିଲାମାନେ ବିଶ୍ୱକପ ଟ୍ରଫିର ଆକୃତି କରି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। କ୍ରିକେଟ୍ ବିଶ୍ୱକପ୍ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରିଛି। ଏଥିରେ ଲେଖା ଯାଇଛି ଯେ, ଚେନ୍ନାଇର ଏହି […]

yoga

Hemant Lenka
  • Published: Friday, 21 June 2019
  • , Updated: 21 June 2019, 03:59 PM IST

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଢ଼ଙ୍ଗରେ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପିଲାମାନେ ବିଶ୍ୱକପ ଟ୍ରଫିର ଆକୃତି କରି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

କ୍ରିକେଟ୍ ବିଶ୍ୱକପ୍ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରିଛି। ଏଥିରେ ଲେଖା ଯାଇଛି ଯେ, ଚେନ୍ନାଇର ଏହି ସ୍କୁଲ୍ ପିଲାଙ୍କର ଭାରତୀୟ କ୍ରିକେଟ୍ ଟିମ୍ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଅବିଶ୍ୱସନୀୟ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ଏପର୍ଯ୍ୟନ୍ତ ଦମଦାର ରହିଆସିଛି। ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି ଏବଂ ଏଥିରୁ ୩ ବିଜୟ ହାସଲ କରିଥିବା ବେଳେ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଥିଲା। ଭାରତ ବର୍ତ୍ତମାନ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଅଛି। ଶନିବାର ଭାରତ ତା'ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ।

Related story