ଆହତ ସତ୍ତ୍ୱେ ଜିମରେ ବ୍ୟାୟାମ କଲେ ଧୱନ୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ଭାରତୀୟ ଟିମର ଓପ୍ନର ଶିଖର ଧୱନ୍ ଅଙ୍ଗୁଳିରେ ଆଘାତ କାରଣରୁ ବର୍ତ୍ତମାନ ଟିମରୁ ବାହାରେ ଅଛନ୍ତି। ଆହତ ସତ୍ତ୍ୱେ ଧୱନ୍ ଜିମରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି। ଏହାର ଭିଡିଓ ଧୱନ୍ ନିଜେ ସେୟାର କରିଛନ୍ତି। ଏଥିସହ ଧୱନ୍ ନିଜର ସବୁ ପ୍ରଶଂସକଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଧୱନ୍ ଏହି ଭିଡିଓ ସେୟାର କରି କହିଛନ୍ତି, “ତୁମେ ଏହି ପରିସ୍ଥିତିକୁ ନିଜର ଏକ ଖରାପ ସ୍ୱପ୍ନ ଭାବେ ବ୍ୟବହାର କରିପାରିବ କିମ୍ବା ପ୍ରତ୍ୟାବର୍ତ୍ତନ ପାଇଁ […]

DHAWAN

Hemant Lenka
  • Published: Friday, 14 June 2019
  • , Updated: 14 June 2019, 04:14 PM IST

ଲଣ୍ଡନ: ଭାରତୀୟ ଟିମର ଓପ୍ନର ଶିଖର ଧୱନ୍ ଅଙ୍ଗୁଳିରେ ଆଘାତ କାରଣରୁ ବର୍ତ୍ତମାନ ଟିମରୁ ବାହାରେ ଅଛନ୍ତି। ଆହତ ସତ୍ତ୍ୱେ ଧୱନ୍ ଜିମରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି। ଏହାର ଭିଡିଓ ଧୱନ୍ ନିଜେ ସେୟାର କରିଛନ୍ତି। ଏଥିସହ ଧୱନ୍ ନିଜର ସବୁ ପ୍ରଶଂସକଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଧୱନ୍ ଏହି ଭିଡିଓ ସେୟାର କରି କହିଛନ୍ତି, "ତୁମେ ଏହି ପରିସ୍ଥିତିକୁ ନିଜର ଏକ ଖରାପ ସ୍ୱପ୍ନ ଭାବେ ବ୍ୟବହାର କରିପାରିବ କିମ୍ବା ପ୍ରତ୍ୟାବର୍ତ୍ତନ ପାଇଁ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ କରିପାରିବ। ସମସ୍ତଙ୍କ ଶୁଭକାମନା ପାଇଁ ବହୁତ ଧନ୍ୟବାଦ।'

ଦେଖନ୍ତୁ ଭିଡିଓ

ଗତ ୯ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନ୍ ଆହତ ହୋଇଥିଲେ। ଏହା ସତ୍ତ୍ୱେ ଶତକୀୟ ଇନିଂସ୍ ଖେଳି ଭାରତକୁ ଜିତାଇଥିଲେ। ଆହତ ଯୋଗୁ ଧୱନ୍ ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଥିଲେ। ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ରବିବାର ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଖେଳିପାରିବେ ନାହିଁ।

ଏହି ମାମଲାରେ ଟିମର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର କହିଥିଲେ ଯେ, ଧୱନ୍ ଏବେବି ଟିମର ସଦସ୍ୟ ଅଛନ୍ତି। ସେ ମେଡିକାଲ ଟିମର ନଜରରେ ରହିବେ। ଆଗାମୀ ୧୦-୧୨ ଦିନ ମଧ୍ୟରେ ଧୱନଙ୍କ ଆଘାତ ବିଷୟରେ ସମ୍ପୂର୍ଣ୍ଣ ଅପଡେଟ୍ ମିଳିଯିବ ବୋଲି ବାଙ୍ଗର କହିଛନ୍ତି। ଧୱନଙ୍କ ବ୍ୟାକଅପ୍ ଭାବେ ରିଷଭ ପନ୍ତ ଇଂଲଣ୍ଡ ଗସ୍ତ କରିଛନ୍ତି।

Related story