ବିଶ୍ୱକପ୍ ସେମିଫାଇନାଲ: ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଞ୍ଚେଷ୍ଟର୍‌ : ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତନ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ଟିମରେ ଟିମ୍ ସାଉଦିଙ୍କ ସ୍ଥାନରେ ଲକି ଫର୍ଗୁସନ୍ ଏବଂ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ କ୍ୟାପଟେନ୍ ବିରାଟ୍‌ କୋହଲି […]

INDIA VS NEW ZELAND

Subhransu Sekhar
  • Published: Tuesday, 09 July 2019
  • , Updated: 09 July 2019, 03:02 PM IST

ମ୍ୟାଞ୍ଚେଷ୍ଟର୍‌ : ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତନ କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ୍ ଟିମରେ ଟିମ୍ ସାଉଦିଙ୍କ ସ୍ଥାନରେ ଲକି ଫର୍ଗୁସନ୍ ଏବଂ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ କ୍ୟାପଟେନ୍ ବିରାଟ୍‌ କୋହଲି ପୁଣି ଭରସା ଦେଖାଇଛନ୍ତି।

କିଓ୍ୱି ଟିମର ବୋଲିଂ ଦମଦାର ରହିଥିବାରୁ ପ୍ରତିପକ୍ଷ ଟିମ୍ ଭାରତର ବ୍ୟାଟିଂରେ ବ୍ରେକ୍ ଲଗାଇ ପାରିବ ବୋଲି ଅଧିନାୟକ କେନ୍ ଓ୍ୱିଲିୟମ୍‌ସନ୍‌ ବିଶ୍ୱାସ ରଖିଛନ୍ତି।

ମ୍ୟାଞ୍ଚେଷ୍ଟରରେ ପାଗ ମେଘୁଆ ରହିଥିବାରୁ ଟିମ୍ ଇଣ୍ଡିଆ ପେସରଙ୍କୁ ପ୍ରାରମ୍ଭିକ ଫାଇଦା ମିଳିପାରେ। ଅନ୍ୟପକ୍ଷରେ ୨ୟ ଇନିଂସରେ ବ୍ୟାଟିଂ କରିବା କୌଣସି ଟିମ୍ ପକ୍ଷେ ସହଜ ହୋଇ ନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ ଓ୍ୱିଲିୟମ୍‌ସନ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ନ୍ୟୁଜିଲ୍ୟାଣ୍ଡ ଭଲ ପ୍ରଦର୍ଶନ କରି ଏକ ସମୟରେ ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିଲା। କିନ୍ତୁ ଶେଷ ତିନୋଟି ମ୍ୟାଚ୍ ହାରିବା ଯୋଗୁ କିଓ୍ୱି ଟିମ୍ ଚତୁର୍ଥ ସ୍ଥାନକୁ ଖସି ଆସିଥିଲା।

 

Related story