ଟିମ୍ ଇଣ୍ଡିଆ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଟିମ୍‌

ନୂଆଦିଲ୍ଲୀ: ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ ବିଦାୟ ଦେଇଛି। ବାରବାଟୀରେ ଭାରତ ଚଳିତ ବର୍ଷ ତା’ର ଶେଷ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତ ଦିନିକିଆ କ୍ରିକେଟରେ ରାଜୁତି କରିଆସୁଛି। ଅନ୍ୟ ଟିମ୍ ତୁଳନାରେ ଭାରତର ପ୍ରଦର୍ଶନ ଦଶନ୍ଧି ମଧ୍ୟରେ ଜବରଦସ୍ତ ରହିଛି। ଯଦି ଆମେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ଦିନିକିଆ ପ୍ରଦର୍ଶନ ଉପରେ ନଜର ପକାଇବା, […]

team-india

team-india

Ranjit Kumar Jena
  • Published: Monday, 23 December 2019
  • Updated: 23 December 2019, 05:09 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ ବିଦାୟ ଦେଇଛି। ବାରବାଟୀରେ ଭାରତ ଚଳିତ ବର୍ଷ ତା'ର ଶେଷ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତ ଦିନିକିଆ କ୍ରିକେଟରେ ରାଜୁତି କରିଆସୁଛି। ଅନ୍ୟ ଟିମ୍ ତୁଳନାରେ ଭାରତର ପ୍ରଦର୍ଶନ ଦଶନ୍ଧି ମଧ୍ୟରେ ଜବରଦସ୍ତ ରହିଛି। ଯଦି ଆମେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ଦିନିକିଆ ପ୍ରଦର୍ଶନ ଉପରେ ନଜର ପକାଇବା, ତାହେଲେ ଏହି ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ୨୪୯ ମ୍ୟାଚ୍ ଖେଳି ୧୫୭ ବିଜୟ ହାସଲ କରିଛି। ଏହା ମଧ୍ୟରେ ଭାରତ ୭୯ଟି ମ୍ୟାଚ୍ ହାରିଥିବା ବେଳେ ୬ଟି ଟାଇ ଏବଂ ୭ଟି ବିନା ଫଳାଫଳରେ ଶେଷ ହୋଇଛି। ୨୦୧୦ ଜାନୁଆରୀ ୧ ତାରିଖରୁ ୨୦୧୯ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଭାରତର ବିଜୟ-ପରାଜୟ ଅନୁପାତ ୧.୯୮୭ ରହିଛି।

ଭାରତ ପରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଗତ ୧୦ ବର୍ଷ ମଧ୍ୟରେ ୨୧୬ ମ୍ୟାଚ୍ ଖେଳିଥିବା ବେଳେ ଏଥବରୁ ୧୨୩ଟି ବିଜୟୀ ହୋଇଛି ଏବଂ ଟିମର ବିଜୟ-ପରାଜୟ ଅନୁପାତ ୧.୫୮୨ ରହିଛି। ଇଂଲଣ୍ଡ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଇଂଲିଶ ଟିମ୍ ୨୧୮ ମ୍ୟାଚରେ ୧୨୩ ବିଜୟ ହାସଲ କରିଛି ଏବଂ ଏହାର ଜିତ୍‌-ହାର୍ ଅନୁପାତ ୧.୫୦୦ ରହିଛି। ଦକ୍ଷିଣ ଆଫ୍ରିକା ଟିତମ୍ ୧୮୮ ମ୍ୟାଚରେ ୧୧୪ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ତେବେ ଦକ୍ଷିଣ ଆଫ୍ରିକାର ଜିତ୍‌-ହାର୍ (୧.୬୭୬) ଅନୁପାତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ତୁଳନାରେ ଯଥେଷ୍ଟ ଅଧିକ। ୨୦୧୦ରୁ ୨୦୧୯ ମଧ୍ୟରେ ଭାରତ ସର୍ବାଧିକ ୩୫ଟି ଦିନିକିଆ ସିରିଜ୍ ଜିତିବାର ରେକର୍ଡ କରିଛି। ଏହା ତୁଳନାରେ ଇଂଲଣ୍ଡ ୩୨ଟି ଏବଂ ଅଷ୍ଟ୍ରେଲିଆ ୩୦ଟି ସିରିଜ୍ ଜିତିଛି।

ଏହା ପୂର୍ବ ଦୁଇ ଦଶନ୍ଧିରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ଥିଲା। ଭାରତ ୧୯୯୦ରୁ ୧୯୯୯ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୨୫୭ ମ୍ୟାଚ୍ ଖେଳି ୧୨୨ଟିରେ ବିଜୟୀ ହୋଇଥିଲା ଏବଂ ଟିମର ଜିତ୍‌-ହାର୍ ଅନୁପାତ ୧.୦୧୬ ରହିଥିଲା। ଏହି ୧୦ ବର୍ଷରେ ଦକ୍ଷିଣ ଆଫ୍ରିକାର ଦବଦବା ଥିଲା। ଦକ୍ଷିଣ ଆଫ୍ରିକା ୧୭୭ ମ୍ୟାଚରେ ୧୧୦ ବିଜୟ ସହ ପ୍ରଥମ ସ୍ଥାନରେ ରହିଥିଲ ଏବଂ ଟିମର ଜିତ୍‌–ହାର୍ ଅନୁପାତ ୧.୮୦୩ ରହିଥିଲା। ଏହା ପରେ ଅଷ୍ଟ୍ରେଲିଆ ୨୨୫ ମ୍ୟାଚରେ ୧୪୦ (୧.୭୨୮ ଅନୁପାତ) ବିଜୟ ସହ ଦ୍ୱିତୀୟ, ପାକିସ୍ତାନ ୨୬୧ ମ୍ୟାଚରେ ୧୪୬ (୧.୩୯୦ ଅନୁପାତ) ବିଜୟ ସହ ତୃତୀୟ ଏବଂ ୱେଷ୍ଟଇଣ୍ଡିଜ୍ ୧୯୫ ମ୍ୟାଚରେ ୯୬ (୧.୦୭୮) ବିଜୟ ସହ ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଥିଲା।

୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତ ୩୦୭ ମ୍ୟାଚରେ ୧୬୧ ବିଜୟ (୧.୨୩୮ ଅନୁପାତ) ସହ ପଞ୍ଚମ ସ୍ଥାନରେ ରହିଥିଲା। ଏହି ୧୦ ବର୍ଷରେ ଅଷ୍ଟ୍ରେଲିଆ ୨୮୨ ମ୍ୟାଚରେ ୩.୦୬୦ ଅନୁପାତରେ ୨୦୨ ବିଜୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୫୪ ମ୍ୟାଚରେ ୧୫୭ (୧.୮୨୫ ଅନୁପାତ) ବିଜୟ ସହ ଦ୍ୱିତୀୟ, ଶ୍ରୀଲଙ୍କା ୨୭୬ ମ୍ୟାଚରେ ୧୫୫ (୧.୩୯୬ ଅନୁପାତ) ବିଜୟ ସହ ତୃତୀୟ ଏବଂ ପାକିସ୍ତାନ ୨୬୭ ମ୍ୟାଚରେ ୧୫୧ (୧.୩୬୦ ଅନୁପାତ) ବିଜୟ ସହ ଚତୁର୍ଥ ସ୍ଥାନରେ ରହିଥିଲା।

ବିଶ୍ୱକପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ବିଜେତା: ୨୦୧୩ ପରଠାରୁ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରିନାହିଁ। କିନ୍ତୁ ଏହା ପୂର୍ବରୁ ଭାରତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଟ୍ରଫି ତଥା ବିଶ୍ୱକପ ଏବଂ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ଏହାର ଦୁଇବର୍ଷ ପରେ ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାତେଇଥିଲା। ୨୦୧୫ ବିଶ୍ୱକପରେ ଭାରତର ଅଭିଯାନ ସେମିଫାଇନାଲରେ ଶେଷ ହୋଇଥିଲା। ସେହିପରି ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା। ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଭାରତ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଦାୟ ନେଇଥିଲା। ତେଣୁ ଏହି ୧୦ ବର୍ଷ ମଧ୍ୟରେ ଭାରତ ଥରେ ବିଶ୍ୱ ବିଜେତା, ଦୁଇଥରର ବିଶ୍ୱକପ୍ ସେମିଫାଇନାଲିଷ୍ଟ ଏବଂ ଥରେ ଚାମ୍ପିୟନ୍ସ ଟ୍ରଫି ବିଜେତା ଏବଂ ଫାଇନାଲିଷ୍ଟ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story