ବଦଳିଲା ସୁପର୍ ଓଭର ନିୟମ

ଦୁବାଇ: କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ସୁପର୍ ଓଭରରେ ମ୍ୟାଚ୍ ଟାଇ ରହିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିଛି। ଆଇସିସି ସବୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ଅନୁଯାୟୀ, ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ସୁପର୍ ଓଭରରେ […]

super

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 10:16 PM IST

ଦୁବାଇ: କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ସୁପର୍ ଓଭରରେ ମ୍ୟାଚ୍ ଟାଇ ରହିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିଛି। ଆଇସିସି ସବୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

ନୂଆ ନିୟମ ଅନୁଯାୟୀ, ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ସୁପର୍ ଓଭରରେ ମଧ୍ୟ ବରାବର ରହିବ, ତାହେଲେ ପୁଣିଥରେ ସୁପର୍ ଓଭର କରାଯିବ। ଯେ ପର୍ଯ୍ୟନ୍ତ ଫଳାଫଳ ନବାହାରିଛି, ସେ ଯାଏ ସୁପର ଓଭର ଜାରି ରହିବ ବୋଲି ଆଇସିସି ନିଷ୍ପତ୍ତି ନେଇଛି।

ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ ଉଭୟ ଦଳ ସମାନ ୨୪୧ ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର କରାଯାଇଥିଲା। ସୁପର ଓଭରରେ ମଧ୍ୟ ଉଭୟ ଟିମ୍ ୧୫ ରନ୍ ଲେଖାଏ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା। ଏହା ପରେ ଅଧିକ ବାଉଣ୍ଡ୍ରୀ ମାରିବା ଯୋଗୁ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ଏହି ବିବାଦିତ ନିୟମ ପରେ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

ଆଇସିସି ବୋର୍ଡର ବୈଠକ ପରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ର କମିଟିର ସୁପାରିସ୍ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଆଇସିସିର ସବୁ ଟୁର୍ଣ୍ଣାମେଣ୍ଟରେ ଏବେ ନୂଆ ସୁପର୍ ଓଭରର ଉପଯୋଗ କରାଯିବ। ଯେପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ପରିଣାମ ସ୍ପଷ୍ଟ ଭାବେ ନବାହାରିଛି, ସେ ଯାଏ ସୁପର୍ ଓଭର ଜାରି ରହିବ।

Related story