କରୋନା ବିରୋଧରେ ଲଢ଼ୁଛନ୍ତି ଭାରତକୁ ବିଶ୍ୱକପ୍ ଜିତାଇଥିବା ଏହି ହିରୋ

ନୂଆଦିଲ୍ଲୀ: କରୋନାଭାଇରସ୍ ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଭାରତକୁ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ମହାମାରୀ ଯୋଗୁ ଦେଶର ସବୁ ଲୋକ ନିଜ ନିଜର ଘରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟର୍ ମଧ୍ୟ ନିଜ ନିଜର ଘରେ ରହି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି, କିନ୍ତୁ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବା ଯୋଗୀନ୍ଦର ସିଂହ ଏବେ କରୋନା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଯୋଗୀନ୍ଦର ଅନ୍ତର୍ଜାତୀୟ କ୍ରିକେଟକୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ […]

jogi

Ranjit Kumar Jena
  • Published: Wednesday, 25 March 2020
  • , Updated: 25 March 2020, 08:32 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଭାରତକୁ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ମହାମାରୀ ଯୋଗୁ ଦେଶର ସବୁ ଲୋକ ନିଜ ନିଜର ଘରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟର୍ ମଧ୍ୟ ନିଜ ନିଜର ଘରେ ରହି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି, କିନ୍ତୁ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବା ଯୋଗୀନ୍ଦର ସିଂହ ଏବେ କରୋନା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।

ଯୋଗୀନ୍ଦର ଅନ୍ତର୍ଜାତୀୟ କ୍ରିକେଟକୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେ ସେ ହରିୟାଣା ପୁଲିସରେ ଡିଏସପି ପଦବୀରେ କାର୍ଯ୍ୟରତ ଅଛନ୍ତି ଏବଂ କରୋନାଭାଇରସ୍ ଯୋଗୁ ବାହାରେ ଡ୍ୟୁଟି କରୁଛନ୍ତି। ସେ ଘରୁ ବାହାରକୁ ବାହାରୁଥିବା ଲୋକଙ୍କୁ କରୋନାଭାଇରସ୍ ବିରୋଧରେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଏହା ସେ ଜନସାଧାରଣଙ୍କୁ ସଚେତନ ହେବା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି। ଯୋଗୀନ୍ଦର ଟ୍ୱିଟ୍ କରି ଲୋକଙ୍କୁ ଅପିଲ୍ କରିଛନ୍ତି, "ଘରେ ରହିବା ହିଁ କରୋନଭାଇରସର ଏକମାତ୍ର ଉପଚାର। ଚାଲନ୍ତୁ ଆମେ ସମସ୍ତେ ମିଶିକି ଏହି ମହାମାରୀ ବିରୋଧରେ ଲଢ଼ିବା। ଦୟାକରି ଆମ ସହ ସହଯୋଗ କରନ୍ତୁ।"


ଡ୍ୟୁଟି କରୁଥିବା ବେଳେ ଶର୍ମାଙ୍କର କିଛି ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି, ଯେଉଁଥିରେ ତାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। କେଉଁଠାରେ ଶର୍ମାଙ୍କୁ ସାନିଟାଇଜରରେ ହାତ ସଫା କରୁଥିବାର ଦେଖିବାକୁ ମିଳୁଛି ତ କେଉଁଠାରେ ତାଙ୍କୁ ଲକଡାଉନ୍ ଯୋଗୁ ବନ୍ଦ ପରିସ୍ଥିତିକୁ ସମ୍ଭାଳୁଥିବାର ଦେଖିବାକୁ ମିଳିଛି।

 

View this post on Instagram

 

A post shared by Jogi Sharma 23 Oct (@jogi23sharma) on


ସୂଚନାଯୋଗ୍ୟ, ୨୦୦୭ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ଯୋଗୀନ୍ଦର ଶେଷ ଓଭର ବୋଲିଂ କରିଥିଲେ ଏବଂ ପାକିସ୍ତାନର ମିଶବା ଉଲ୍‌-ହକଙ୍କୁ ଆଉଟ୍ କରି ଭାରତକୁ ବିଜୟୀ କରାଇଥିଲେ। ଯେତେବେଳେ ମହେନ୍ଦ୍ର ସିଂ ଧୋନି ଶର୍ମାଙ୍କୁ ବୋଲିଂ କରିବାକୁ କହିଥିଲେ, ଏଥିରେ ସମସ୍ତେ ଚକିତ ହୋଇଥିଲେ। କିନ୍ତୁ ଶେଷ ଓଭରର ରୋମାଞ୍ଚକରେ ଯୋଗୀନ୍ଦର ଶର୍ମା ଚମତ୍କାର ବୋଲିଂ କରିଥିଲେ ଏବଂ ଭାରତକୁ ପ୍ରଥମଥର ଟି-୨୦ ବିଶ୍ୱକପ୍ ଜିତାଇବାର ସ୍ୱାଦ ଚଖାଇଥିଲେ। ନିଜ କ୍ୟାରିୟରରେ ଶର୍ମା ୪ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାଁରେ ମାତ୍ର ୫ଟି ୱିକେଟ୍ ରହିଛି। ଶର୍ମାଙ୍କ କ୍ୟାରିୟର ଛୋଟ ରହିଥିଲେ ହେଁ, ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।

Related story