ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ହକି ଲିଗ୍ ଫାଇନାଲ ଓ ବିଶ୍ୱ କପ୍ ହକି ଚାମ୍ପିନୟସିପ୍‌ ପାଇଁ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ କରାଯାଇଥିଲା। ଏଥିରେ କ୍ରୀଡ଼ା ସଚିବ ଓ ହକି ଇଣ୍ଡିଆ ଲିଗ୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ଏସିଆନ୍ ଆଥଲେଟିକ୍ ଠାରୁ ଆହୁରି ଅଧିକ […]

Rakesh Mallick
  • Published: Monday, 04 September 2017
  • , Updated: 04 September 2017, 04:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ହକି ଲିଗ୍ ଫାଇନାଲ ଓ ବିଶ୍ୱ କପ୍ ହକି ଚାମ୍ପିନୟସିପ୍‌ ପାଇଁ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ କରାଯାଇଥିଲା। ଏଥିରେ କ୍ରୀଡ଼ା ସଚିବ ଓ ହକି ଇଣ୍ଡିଆ ଲିଗ୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ଏସିଆନ୍ ଆଥଲେଟିକ୍ ଠାରୁ ଆହୁରି ଅଧିକ ଭଲ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଡିସେମ୍ବର ମାସରେ ବିଶ୍ୱ ହକି ଲିଗ୍‌ ହେବାକୁ ଥିବା ବେଳେ ୨୦୧୮ରେ ହକି ବିଶ୍ୱକପ ଖେଳାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କାରଣ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିନୟସିପ୍‌କୁ ଯେଉଁଭଳି ଖୁବ୍‌ କମ ସମୟ ମଧ୍ୟରେ ସୁରୁଖୁରୁରେ ଆୟୋଜନ କରାଯାଇଥିଲା ଏଥିପାଇଁ ବିଭିନ୍ନ ଆଡୁ ରଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଉଥିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଧ୍ୟ କ୍ରୀଡା ଦିବସରେ ପୁରସ୍କୃତ କରାଯାଇଥିଲା। ଏହା ରାଜ୍ୟ ସରକାରଙ୍କୁ ବେଶ ପ୍ରଭାବିତ କରିପାରିଛି। ତେଣୁ ଆଗାମୀ ବିଶ୍ୱ ହକି ଲିଗ୍ ଫାଇନାଲ ଓ ବିଶ୍ୱ କପ୍ ହକି ଚାମ୍ପିନୟସିପ୍‌କୁ ଭଲଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Related story