ଆଉ ଏକ ରେକର୍ଡ ବ୍ରେକିଂ ବ୍ୟାଟିଂ: ଗେଲ୍‌ଙ୍କୁ ପଛରେ ପକାଇଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

କୋଲକାତା: ଭାରତୀୟ କ୍ରିକେଟ୍‌ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ଏହାବାଦ କ୍ରିକେଟର ଭଗବାନ ସଚିନ ହୁଅନ୍ତୁ ଅବା ଗାଙ୍ଗୁଲିଙ୍କର ବୋଲର ମୁଣ୍ଡ ଉପରେ ଛକା ମାରିବା ଅବା ସେହୱାଗଙ୍କ ବିସ୍ଫୋରଣ, ଦ୍ରାବିଡ଼ଙ୍କ ‘ଦି ୱାଲ୍‌ ଖ୍ୟାତି ହେଉ କି ଅନିଲ କୁମ୍ବଲେଙ୍କ ଗୋଟିଏ ଇଂନିସ୍‌ରେ ସମସ୍ତ ୧୦ଟି ୱିକେଟ୍‌ ଅକ୍ତିଆର ଅଥବା ଯୁବରାଜଙ୍କ ଗୋଟିଏ ଓଭରରେ […]

Saha11

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 05:56 PM IST

କୋଲକାତା: ଭାରତୀୟ କ୍ରିକେଟ୍‌ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ଏହାବାଦ କ୍ରିକେଟର ଭଗବାନ ସଚିନ ହୁଅନ୍ତୁ ଅବା ଗାଙ୍ଗୁଲିଙ୍କର ବୋଲର ମୁଣ୍ଡ ଉପରେ ଛକା ମାରିବା ଅବା ସେହୱାଗଙ୍କ ବିସ୍ଫୋରଣ, ଦ୍ରାବିଡ଼ଙ୍କ ‘ଦି ୱାଲ୍‌ ଖ୍ୟାତି ହେଉ କି ଅନିଲ କୁମ୍ବଲେଙ୍କ ଗୋଟିଏ ଇଂନିସ୍‌ରେ ସମସ୍ତ ୧୦ଟି ୱିକେଟ୍‌ ଅକ୍ତିଆର ଅଥବା ଯୁବରାଜଙ୍କ ଗୋଟିଏ ଓଭରରେ ୬ଟି ଛକା। ଏସବୁ ଘଟଣାକୁ କେହି ଭୁଲି ନାହାନ୍ତି। ଭାରତୀୟ କ୍ରିକେଟ୍‌ରେ ଏମିତି ବହୁତ କିଛି ଇତିହାସ ଅଛି ଯାହାକୁ ମନେ ପକାଇଲେ ସମୟ ବି କମ ପଡ଼ିଯିବ। ଏହି ମହାନ ଖେଳାଳିମାନଙ୍କ ପରେ ଏବେ କ୍ରିକେଟ୍‌ ଜଗତରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଆଉ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ରିଦ୍ଧିମାନ ଶାହ। ବିସ୍ଫୋରକ ବ୍ୟାଟିଂ କରି ସେ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ମାତ୍ର ୨୦ଟି ବଲ୍‌ରୁ ଧୂଆଁଦାର ବ୍ୟାଟିଂ କରି ୧୦୨ ରନ୍‌ ସଂଗ୍ରହ କରିଛନ୍ତି

ଆଇପିଏଲ୍-୨୦୧୮ ପୂର୍ବରୁ ରିଦ୍ଧିମାନ ଏପରି ଜବରଦସ୍ତ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଶନିବାର କାଳୀଘାଟି ପଡ଼ିଆରେ ଖେଳାଯାଇଥିବା ମୁଖାର୍ଜୀ ଟ୍ରଫିର ଟି-୨୦ ମୁକାବିଲାରେ ୩୩ ବର୍ଷିୟ ରିଦ୍ଧିମାନ ଏହି ରେକର୍ଡ ବ୍ରେକିଂ ବ୍ୟାଟିଂ କରିଛନ୍ତି। ମୋହନ ବାଗାନ୍ କ୍ଲବ୍‌ ପକ୍ଷରୁ ଖେଳି ମାତ୍ର ୨୦ ବଲ୍‌ରେ ୧୪ଟି ଛକା ଓ ୪ଟି ଚୌକା ସହିତ ୧୦୨ ରନ୍‌ ସଂଗ୍ରହ କରିଛନ୍ତି। ଏହି ଦ୍ରୁତ ଶତକ ପରେ ଶାହ କେରିବିୟାନ୍‌ ବିସ୍ଫୋଟକ ବ୍ୟଟ୍ସମ୍ୟାନ କ୍ରିସ୍‌ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲ୍‌ ଆଇପିଏଲ୍‌-୨୦୧୩ରେ ୩୦ଟି ବଲ୍‌ରୁ ଶତକ ହାସଲ କରିଥିଲେ।

Related story