ଫାଇନାଲ୍ ସ୍କ୍ୱାଡରୁ ପନ୍ତ ଆଉଟ୍, ସାହା ଇନ୍

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶର ଘୋଷଣା କରାଯାଇଛି। ଏକାଦଶରୁ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଋଦ୍ଧିମାନ ସାହାଙ୍କୁ ସାମିଲ୍ କରାଯାଇଛି। ଏ ନେଇ କୋହଲି କହିଛନ୍ତି, ବେଙ୍ଗଲ କ୍ରିକେଟର୍ ସାହା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ୱିକେଟକିପର। ସାହା ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ ଏବଂ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହ ଟିମକୁ […]

pant-

pant-

Ranjit Kumar Jena
  • Published: Tuesday, 01 October 2019
  • Updated: 01 October 2019, 04:46 PM IST

Sports

Latest News

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶର ଘୋଷଣା କରାଯାଇଛି। ଏକାଦଶରୁ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଋଦ୍ଧିମାନ ସାହାଙ୍କୁ ସାମିଲ୍ କରାଯାଇଛି। ଏ ନେଇ କୋହଲି କହିଛନ୍ତି, ବେଙ୍ଗଲ କ୍ରିକେଟର୍ ସାହା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ୱିକେଟକିପର। ସାହା ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ ଏବଂ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ସାହାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିନଥିଲା ଏବଂ ଉଭୟ ଟେଷ୍ଟ ମ୍ୟାଚରେ ୱିକେଟକିପର ଭୂମିକା ତୁଲାଇଥିଲେ।

ବୁଧବାର ପ୍ରଥମ ଟେଷ୍ଟ ପୂର୍ବରୁ କୋହଲି କହିଛନ୍ତି, ସାହା ଫିଟ୍ ଅଛନ୍ତି ଏବଂ ଖେଳିବାକୁ ପ୍ରସ୍ତୁତ। ସେ ସିରିଜର ପ୍ରଥମ ମ୍ୟାଚରେ ଖେଳିବେ। ତାଙ୍କ ୱିକେଟକିପିଙ୍ଗ୍ ସମ୍ବନ୍ଧରେ ସମସ୍ତେ ଅବଗତ ଅଛନ୍ତି। ଏପରିକି ଯେବେବି ତାଙ୍କୁ ସୁଯୋଗ ମିଳିଛି, ସେ ବ୍ୟାଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଆହତ କାରଣରୁ ତାଙ୍କର ବାଦ୍ ପଡ଼ିବା ଦୁର୍ଭାଗ୍ୟପୂର୍ଣ୍ଣ। ମୋ ମତରେ ସେ ବିଶ୍ୱର ସର୍ବଶ୍ରେଷ୍ଠ ୱିକେଟକିପର। ଅନ୍ୟପକ୍ଷରେ ପନ୍ତଙ୍କୁ ଯଥେଷ୍ଟ ସୁଯୋଗ ମିଳିସାରିଛି। ବର୍ତ୍ତମାନ ପରିସ୍ଥିତିରେ ସେ ସିରିଜରେ ଶୁଭାରମ୍ଭ କରିବେ।"

ସୂଚନାଯୋଗ୍ୟ, ସାହା ନିଜର ଶେଷ ଟେଷ୍ଟ ଜାନୁଆରୀ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ତାଙ୍କ ଅନୁପସ୍ଥିତିରେ ପନ୍ତ ଏହି ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଶତକ ମାରି ସେ ଲମ୍ବା ଫର୍ମାଟରେ ଟିମର ପ୍ରଥମ ପସନ୍ଦ ହୋଇଥିଲେ। ତେବେ ଗତ କିଛି ସମୟ ଧରି ଖରାପ ଶଟ୍ ଚୟନ ପାଇଁ ପନ୍ତଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ବୋଧହୁଏ, ଏହି କାରଣରୁ ଟିମ୍ ମ୍ୟାନେଜମେଣ୍ଟ ସିରିଜର ଶୁଭାରମ୍ଭ ସାହା ସହ କରିବାକୁ ନିଷ୍ପତ୍ତି ନେଇଛି। ସାହା ଭାରତ ପକ୍ଷରୁ ୩୨ ଟେଷ୍ଟ ଖେଳି ୩୦.୬୩ ହାରରେ ୧୧୬୪ ରନ୍ କରିଛନ୍ତି, ଯେଉଁଥିରେ ସେ ୩ ଶତକ ଓ ୫ ଅର୍ଦ୍ଧଶତକ ମାରିଛନ୍ତି।

ଭାରତୀୟ ଏକାଦଶ: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଆର୍. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ ସାହା (ୱିକେଟକିପର), ଈଶାନ୍ତ ଶର୍ମା, ମହମ୍ମଦ ଶାମି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos